ଯାଜପୁର ଜିଲ୍ଲାରୁ ୬ ଗ୍ରାମର ବ୍ରାଉନସୁଗାର ଜବତ

0

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସଠୀପୁର ଅଞ୍ଚଳରୁ ୬ ଗ୍ରାମର ବ୍ରାଉନସୁଗାର ଜବତ। ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପାଣିକୋଇଲି ଥାନା ସଠୀପୁର ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ପାଣିକୋଇଲି ପୋଲିସ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ସଠୀପୁର ଛକ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ବ୍ରାଉନସୁଗାର ବିକ୍ରି କରୁଥିବା ଅବସ୍ଥାରେ ତାଙ୍କୁ ଗିରଫ କରିଥିଲା ପୋଲିସ। ତେବେ ଗିରଫ ହୋଇଥିବା ଏହି ଅଭିଯୁକ୍ତ ୨ ଜଣ ଭଦ୍ରକ ଜିଲ୍ଲା ଧାମନଗର ଥାନା ହବିବନଗର ଅଞ୍ଚଳର ମୁନି ବିବି ଓ ଜିଲାନି ଖାନ ବୋଲି ଜଣାପଡିଛି। ଏହି ଦୁଇ ଅଭିଯୁକ୍ତ ପୂର୍ବରୁ ବାଲେଶ୍ଵର ଜିଲ୍ଲାରୁ ବ୍ରାଉନସୁଗାର ଆଣି ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଟାଉନ ଅଞ୍ଚଳରେ କାରବାର କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗକୁ ଆଧାର କରି ପାଣିକୋଇଲି ପୋଲିସ ଏହି ମହିଳା ଓ ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଶୀଲ କୁମାର ନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.