ଯାଜପୁରରେ ପୁଣି ଭାଲୁ ଆତଙ୍କ

0

ଯାଜପୁରରୋଡ୍ : ଯାଜପୁରରେ ପୁଣି ଭାଲୁ ଆତଙ୍କ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ଅନ୍ତର୍ଗତ ଶାଳିଜଙ୍ଗା ଗାଁ ଦାଣ୍ଡରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋର ୫ଟା ସମୟରେ ଗାଁର ଦୁଇ ଜଣ ଯୁବକ ଶୌଚ ହେବାକୁ ପୋଖରୀକୁ ଯାଉଥିବା ସମୟରେ ପୋଖରୀ ହୁଡାରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ପାଇଥିଲେ । ଯୁବକ ଦୁଇ ଜଣ ଭୟଭୀତ ହୋଇ ଗାଁ ଲୋକଙ୍କୁ ଡାକିବା ସହ ସମସ୍ତେ ମିଶି ଭାଲୁଟିକୁ ଜଙ୍ଗଲ ଅଭିମୁଖେ ଘଉଡ଼ାଇଛନ୍ତି ।

ତେବେ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଏକ ଭାଲୁ ଗାଁ ଦାଣ୍ଡରେ ବୁଲୁଥିବା ଦେଖିବାକୁ ମିଳୁଛି ।  ଭୟରେ ସନ୍ଧ୍ୟା ହେଲେ ଘରେ ଘରେ ତାଟି କବାଟ ପଡିଯାଉଛି। ଗତ ସପ୍ତାହରେ ମଧ୍ୟ ଏକ ଭାଲୁ ଏହି ଗାଁ ଦାଣ୍ଡରେ ବୁଲୁଥିବାର ଦୃଶ୍ୟ ଭାଇରାଲ୍ ହୋଇଥିଲା । ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଜଣାଇଥିଲେ।  ବିଭାଗ ପକ୍ଷରୁ ଭାଲୁଟିକୁ ସ୍ଥାନୀୟ ଜଙ୍ଗଲରେ ଛଡ଼ାଯାଇଥିଲା । ମାତ୍ର ପୁର୍ନବାର ଭାଲୁଟି ଜନବସତି ମୁଁହା ହେଉଛି । ଖାଦ୍ୟ ଅନ୍ବେଷଣରେ ଭାଲୁଟି ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ଗ୍ରାମବାସୀ  ବାରମ୍ବାର ବନ ବିଭାଗକୁ ଏସମ୍ପର୍କରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ନିକ୍ଷେପ କରିବା ସହ ଭାଲୁକୁ ଧରି ଅନ୍ୟତ୍ର ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.