ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁଣି ବ୍ରାଉନ ସୁଗାର ଜବତ । ରାଜପୁର ବସ୍ତିରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏଥିସହିତ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି । ଖବର ଅନୁଯାୟୀ, ଗତକାଲି ରାତି ୧୦ଟାରେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ରାଜପୁର ବସ୍ତି ସେକ ସରିଫଙ୍କ ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ସମୟରେ ଆଇଆଇସି ପ୍ରଜ୍ଞା ମହାନ୍ତି ସହିତ ୨୦ ଜଣିଆ ଟିମ ଉପସ୍ଥିତ ଥିଲେ । ପାଖାପାଖି ୫ଶହ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିବା ସହ ସହିତ ବ୍ରାଉନ ସୁଗାର ପ୍ୟାକିଙ୍ଗରେ ବ୍ୟବହୃତ ରଙ୍ଗୀନ କାଗଜ ଜବତ କରିଛି । ଜବତ ବ୍ରାଉନ ସୁଗାରର ବଜାରର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ମହିଳାକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା