ଜଳୁଛି ଜଙ୍ଗଲ : ଆଗେଇ ଆସିଲେ ସରପଞ୍ଚ

0

ଜୟପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ। ତେବେ ଜୟପୁର ନିକଟସ୍ଥ ଫାମ୍ପୁଣୀ ସରପଞ୍ଚ ଗାଁ ଲୋକଙ୍କ ସହାୟତାରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇ ଏବେ ଚର୍ଚ୍ଚାରେ।

ଫାମ୍ପୁଣୀ ନିକଟରେ ଥିବା ଶାଳ ଜଙ୍ଗଲରେ ରାତିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଚାହୁଁ ଚାହୁଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ଆଉ ଏହି ସମୟରେ ସରପଞ୍ଚ ପ୍ରତିମା ନାୟକ ଫରେଷ୍ଟ କର୍ମଚାରୀଙ୍କୁ ଫୋନ୍ କରି ଜଣାଇଥିଲେ। ହେଲେ କେହି ନ ଆସିପାରିବାରୁ ସେ ନିଜେ ଗାଁ ଲୋକଙ୍କ ସହାୟତାରେ ନିଆଁ ଲିଭାଇବାକୁ ରାତି ଅଧରେ ପ୍ରୟାସ କରିଥିଲେ। ମହିଳା ସରପଞ୍ଚଙ୍କ ଏପରି ଉଦ୍ୟମ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.