ଜମି ବାଡି ବିବାଦକୁ ନେଇ ୨ ମୃତ

0

କଟକ,  : ଜମି ବାଡି ବିବାଦକୁ ନେଇ ହାତାହାତି । ଜଣେ ମୃତ, ୨ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସିଦ୍ଧେଶ୍ୱର ସାହିରେ ।

ସୂଚନାନୁସାରେ, ସାହିରେ  ଜମି ବାଡି ବିବାଦକୁ ନେଇ ମାମୁଁ ଓ ଭଣଜା ପରିବାର ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଥିଲା । ଯାହା ଶନିବାର ବିଳମ୍ବିତ ରାତ୍ରରେ ଉଗ୍ରରୂପ ଧାରଣ କରିଥିଲା । ଉଭୟ ପକ୍ଷ ବିବାଦକୁ କେନ୍ଦ୍ର କରି ହାତାହାତି ହୋଇଥିଲେ । ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି ।

ଏହି ଘଟଣାରେ ଲାଲବାଗ ଥାନା ପୋଲିସ ୫ ଜଣଙ୍କୁ ଅଟକ ରଖିଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ସାହିରେ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.