ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ

0

ବଲାଙ୍ଗିର: ଲୋଇସିଂହା ଥାନା ଅନ୍ତର୍ଗତ କୁଟୁରାପାଲିରେ ଜମି ବିବାଦକୁ କେନ୍ଦ୍ର କରି ରବିବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି । ଏଥିରେ ଜଣକ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ କୁଟୁରାପାଲି ଗାଁର ପ୍ରସନ୍ନ ବାଗ୍ ବୋଲି ଜଣାପଡିଛି ।

ଆଜି ସକାଳ ପ୍ରାୟ ୭ ଟା ସମୟରେ ପ୍ରସନ୍ନ ବାଗ୍ ନିଜ ଜମିରେ ଧାନ ବୁଣିବାକୁ ଯାଇଥିଲେ । ତେବେ ସେଠାରେ କୁଟରାପାଲି ଗାଁର ଦଶରଥ ବାଗ, ନିଲ ବାଗ, କୈଳାସ ଷାଣ୍ଢ ଓ ମନବୋଧ ବାଗ୍ ପହଞ୍ଚି ବିଲରେ ଧାନ ବୁଣିବାକୁ ପ୍ରସନ୍ନଙ୍କୁ ମନା କରିଥିଲେ । ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ରେ ପ୍ରସନ୍ନ ବାଗଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ପଖ୍ୟର ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ଏହି ଜମି କୁ ନେଇ ଉଭୟ ପରିବାର ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା । ଏପରିକି ମାମଲା ଲୋଇସିଂହା ଥାନାରେ ପହଞ୍ଚିଥିଲା । ଉଭୟ ପକ୍ଷ ଠେଙ୍ଗା ଓ ଟାଙ୍ଗିଆରେ ପରସ୍ପରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ଓ ପ୍ରତିଆକ୍ରମଣରେ ପ୍ରସନ୍ନ ବାଗଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପ୍ରସନ୍ନଙ୍କ ସଂପର୍କୀୟ କସରତ ବାଗ ଗୁରୁତର ଥିବା ଜଣାପଡିଛି । ଲୋଇସିଂହା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ମୃତ ଓ ଆହତ ବ୍ୟକ୍ତି ମାନଙ୍କୁ ଲୋଇସିଂହା ଡାକ୍ତରଖାନା କୁ ଆଣିଥିଲେ ।

ଦଶରଥ ବାଗ ଓ ମୃତ ପ୍ରସନ୍ନଙ୍କ ସଂପର୍କୀୟ କସରତ ବାଗଙ୍କୁ ସଂକଟାପନ୍ନ ଅବସ୍ଥାରେ ଲୋଇସିଂହା ଡାକ୍ତରଖାନାରୁ ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ତିନିଜଣ ଗୁରୁତରଙ୍କୁ ମଧ୍ୟ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଛନ୍ତି । ଲୋଇସିଂହା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୋଲିସ କାହାରିକୁ ଗିରଫ କିମ୍ବା ଅଟକ ରଖିନଥିବା ସୂଚନା ମିଳିଛି । ସମୁଦାୟ ୧୬ ଜଣ ପୁରୁଷ ଓ ମହିଳା ସଂଘବଦ୍ଧ ଭାବେ ଟାଙ୍ଗିଆ ଓ ଲାଠି ସହ ଆସି ବିଲରେ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ମ୍ରୁତ ପ୍ରସନ୍ନ ଙ୍କ ପୁତୁରା ଆକାଶ ବାଗ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.