ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା

0

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ ସଫଳତା ମିଳିଛି । ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଜଣେ ହିଜମୁଲ ମୁଜାହିଦିନ୍‌ ଏବଂ ଲସ୍କର-ଏ-ତୋଇବାର ଜଣେ ଲେଖାଏ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଗତ ସପ୍ତାହରେ ପାକିସ୍ତାନ ପଟରୁ ଭାରତୀୟ ସୀମାରେ ପରିଚାଳିତ ହିଜମୁଲ୍ ଆତଙ୍କବାଦୀ ପ୍ରବେଶ କରିଥିଲେ । ବିଭି୍ନ୍ନ ଅସ୍ତ୍ରଗୁଡ଼ିକ ମଧ୍ୟ ସେମାନଙ୍କଠାରୁ ଉଦ୍ଧାର କରାଯାଇଛି । ଘଟଣା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଲାଇଛନ୍ତି  ।

କାଶ୍ମୀର ପୋଲିସ ମହାନିରିକ୍ଷକ କହିଛନ୍ତି ଯେ ହିଜବୁଲ ମୁଜାହିଦିନ୍ ଆତଙ୍କବାଦୀ ଇନାତୁଲା ଶେଖ ଭାବରେ ଚିହ୍ନଟ କରାଯାଇଛି, ଯେଉଁମାନେ ଗତ ସପ୍ତାହରେ ପାକିସ୍ତାନରୁ ଏଠାରେ ପହଞ୍ଚି ଥିଲେ । ସେହିପରି ଲସ୍କର ଆତଙ୍କବାଦୀର ପରିଚୟ ଆଦିଲ ମାଲିକ୍ ଭାବରେ କରାଯାଇଛନ୍ତି । ଦୁଇଁ ଜଣ ସୋପିଆନ୍‌ରେ ହୋଇଥିବା ଏକ ଏନକାଉଣ୍ଟରରେ ହତ୍ୟା କରାଯାଇଛି । Ak-47 ଏବଂ m4 ରାଇଫଲ୍ ମଧ୍ୟ ସେମାନଙ୍କଠାରୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.