ଜମ୍ମୁ କଶ୍ମୀରରେ ସକ୍ରିୟ ହୋଇଛନ୍ତି ଆତଙ୍କବାଦୀ

0

ଜମ୍ମୁ କଶ୍ମୀରରେ ସକ୍ରିୟ ହୋଇ ଉଠିଛନ୍ତି ଆତଙ୍କବାଦୀ । ଦିନକୁ ଦିନ ଏଠାରେ ଆତଙ୍କବାଦୀମାନେ ଭୟାନକ ଘଟମାମାନ ଘଟାଇଛନ୍ତି । ରାଜୌରୀରେ ଗୁରୁବାର ବିଳମ୍ୱିତ ରାତିରେ ବିଜେପି ମଣ୍ଡଳ ସଭାପତିଙ୍କ ଘର ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମରେ ଏନେଇ ସ୍ପଷ୍ଟ କରାଯାଇଛି । ଆହତମାନଙ୍କୁ ରାଜୌରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗୁରୁବାର କୁଲଗାମର କାଜିଗୁଣ୍ଡ ଅିଂଳରେ ମୀର ବଜାରରେ ବିଏସଏଫ ଶିବିରକୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ । ମାତ୍ର ଏହି ଘଟଣାରେ କାହାରି କିଛି କ୍ଷତି ହୋଇନଥିଲା । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ମାଲପୋରା ଅଂଚଳରେ ମଧ୍ୟ ଗୁଳିର ଶବ୍ଦ ଶୁଭିଥିଲା ।

Leave A Reply

Your email address will not be published.