ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ବଡ଼ ସଫଳତା

0

ଶ୍ରୀନଗର  : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ବଡ଼ ସଫଳତା । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି ଭାରତୀୟ ଯବାନ । ଏବେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୂଚନାନୁସାରେ, ଗୁପ୍ତଚର ଏଜେନ୍ସିମାନେ ଖବର ପାଇଥିଲେ ଯେ ଆତଙ୍କବାଦୀମାନେ ନାଗବରଣ ତାରସର, ଟ୍ରାଲ, ପୁଲୱାମା ଜଙ୍ଗଲରେ ଲୁଚି ରହିଛନ୍ତି । ଏହା ଉପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଥିଲେ ।

ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ, କିନ୍ତୁ ଆତଙ୍କବାଦୀମାନେ ଆତ୍ମସମର୍ପଣ କରିନଥିଲେ । ନିଜକୁ ଘେରି ରହିଥିବାର ଦେଖି ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ମଧ୍ୟ ଉପଯୁକ୍ତ ଉତ୍ତର ଦେଇ ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ । ତେବେ ମୃତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ । ବର୍ତ୍ତମାନ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି ।

Leave A Reply

Your email address will not be published.