ଜଙ୍ଗଲରୁ ଦୁଇ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଫୁଲବାଣୀ : ଜଙ୍ଗଲ ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ ସ୍ଥିତ ପଦର ଜଙ୍ଗଲରୁ ଆଜି ଦୁଇ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ମଙ୍ଗଳବାର ବନ୍ଧଗଡ ସ୍ଥିତ ପଦର ଜଙ୍ଗଲରେ ଦୁଇ ଜଣ ପ୍ରେମୀ ଯୁଗଳଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ପୋଲିସକୁ ଖବର ଦେବାପରେ ଫିରିଙ୍ଗିଆ ପୋଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାକୁ ପଠାଇଛି। ପ୍ରେମ ବିବାହକୁ ନେଇ ପରିବାର ଲୋକ ବିରୋଧ କରିଥିବେ ଫଳରେ ଏହି ଦୁହେଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି l ମୃତକ ଯୁବକ ଯୁବତୀ ଦୁଇଜଣ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ କହିଛି । ଏନେଇ ପୋଲିସ ତଦନ୍ତ କରୁଛି ତଦନ୍ତ ପରେ ହିଁ ମୃତ୍ୟୁର କାରଣ ଜଣାପଡିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ଏସଏସ ରାଓ କହିଛନ୍ତି l

Leave A Reply

Your email address will not be published.