ଯୌତୁକ ପାଇଁ ନବ ବିବାହିତାଙ୍କୁ ହତ୍ୟା

0

ଜଗତସିଂହପୁର  : ନବ ବିବାହିତାଙ୍କୁ ହତ୍ୟା ! ଯୌତୁକ ପାଇଁ ବୋହୂକୁ ଶାଶୂ ଘର ଲୋକେ ମାରି ଦେଇଥିବା ଅଭିଯୋଗ । ଏପରି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚଅଁରପୁର ଗ୍ରାମରେ ।

 

ସୂଚନାନୁସାରେ, ଚଅଁରପୁର ଗ୍ରାମରେ ଜଣେ ନବ ବିବାହିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ବାପଘର ଲୋକେ ଏହି ଅଭିଯୋଗ କରିଛନ୍ତି । ମୃତ ମହିଳା ହେଲେ ଅନିତା ପ୍ରସାଦ । ସେ ଗତ ଫେବ୍ରୁଆରୀ ୨୧ ତାରିଖରେ ଚନ୍ଦନ ଶେଖର ଜେନାଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ଶାଶୂଘର ଲୋକେ ଅନିତାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ଯୌତୁକ ପାଇଁ ହିଁ ଅନିତାଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ କହିଛନ୍ତି ।

 

ଏହି ଘଟଣାରେ ବାଲିକୁଦା ପୋଲିସ ଅନୀତାଙ୍କ ସ୍ବାମୀ ଚନ୍ଦନ ଶେଖର ଜେନାକୁ ଅଟକ ରଖିଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.