ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଭଣ୍ଡାର ପୋଲି ଗ୍ରାମର ଯୁବକ ଜଗନ୍ନାଥ ଘୋଷ ଓଡ଼ିଆ ଅଭିନେତା ହିସାବରେ ଭୁବନେଶ୍ୱରରେ ସିରିଏଲରେ ଜଗତରେ କାମ କରନ୍ତି । ଏହାସହ ଭୁବନେଶ୍ୱର ଭୀମ ଟାଙ୍ଗିରେ ଏକ ଅଫିସ ଖୋଲି ଜେଏଲ ମିଡ଼ିଆ ଓଡ଼ିଆ ଏଣ୍ଟରଟେନମେଣ୍ଟ ସଂସ୍ଥା ଖୋଲି କରୋନା ସମୟରେ ଲୋକଙ୍କୁ ମନୋରଞ୍ଜନ କରୁଥିଲେ । ଏହାସହ ସେଥିରେ ସାଧାରଣ ଲୋକମାନଙ୍କର ସେଲ୍ଫି କୁଇନ, କୁଇଜ, ଓଡ଼ିଆ ଗୀତ ଇତ୍ୟାଦିର ପ୍ରତିଯୋଗିତା କରାଯାଉଥିଲା । ତେବେ କେହିଜଣେ ଦୃର୍ବୃତ୍ତ ଗତ ୧୯ ତାରିଖରୁ ତାଙ୍କ ଫେସବୁକ ଆଇଡି ସହିତ ମେଲ ଆଇଡ଼ିକୁ ମଧ୍ୟ ହ୍ୟାକ୍ କରିଦେଇଛି । ତେବେ ଏ ବିଷୟରେ ଗତ ୧ତାରିଖରେ ଜାଣିବାକୁ ପାଇଥିଲେ ଜଗନ୍ନାଥ । ତାସହ ତାଙ୍କର ୬ ଜଣ ସାଥି ମିନାକ୍ଷୀ ପଣ୍ଡା ଯାଜପୁର, ରତ୍ନାକର ଶତପଥୀ ନୟାଗଡ଼, ଆଚାରିୟ ମାନ ସିଂ, ରୁପାଲୀ ସେଠୀ ,ଶ୍ରୀୟା ରାଉତ ଆଠଗଡ଼, ଅନିମେଷ ଦାସ ଜେଏଲ ମିଡ଼ିଆର ଏଡିଟରଙ୍କର ମଧ୍ୟ ସମାନ ଅବସ୍ଥା ଘଟିଥିବା ଜାଣିବାକୁ ପାଇଥିଲେ । ଜଗନ୍ନାଥ ଘୋଷ ନ୍ୟାୟ ପାଇବା ପାଇଁ ଅନଲାଇନରେ କଟକ ସାଇବର ସେଲରେ ଅଭିଯୋଗ କରିଛନ୍ତି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା