JEE ଆଡଭାନ୍ସ ପରୀକ୍ଷା ଲାଗି ଗାଇଡଲାଇନ ଜାରି

0

ନୂଆଦିଲ୍ଲୀ : ଦେଶର ପ୍ରତିଷ୍ଠିତ ବୈଷୟିକ ଶିକ୍ଷଣ ସଂସ୍ଥାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରବେଶ ଲାଗି ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ଲାଗି ୩ ଅକ୍ଟୋବରରେ  ପରୀକ୍ଷା ହେବ। ଏଥିପାଇଁ ଆୟୋଜକ ଆଇଆଇଟି ଖଡଗପୁର ଗାଇଡଲାଇନ ଜାରି କରିଛନ୍ତି। ଏହି ଅନୁସାରେ ସେପ୍ଟେମ୍ବର ୧୧ ତାରିଖରୁ ଜେଇଇ ଆଡଭାନ୍ସ ଲାଗି ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।

ଏପର୍ଯ୍ୟନ୍ତ ୪ ଥର ଅନୁଷ୍ଠିତ ଜେଇଇ ମେନ୍‌ ପରୀକ୍ଷା ୨୦୨୧ରେ ଯେଉଁ ପ୍ରାର୍ଥୀ ଶ୍ରେଷ୍ଠ ୨ ଲକ୍ଷ ୫୦ ହଜାର ଛାତ୍ରଙ୍କ ମଧ୍ୟରେ ଥିବେ କେବଳ ସେହିମାନେ ଏହି ପଞ୍ଜିକରଣ ଲାଗି ଯୋଗ୍ୟ ହେବେ। ଜେଇଇ ଆଡଭାନ୍ସ ୨୦୨୧ ଲାଗି ଆବେଦନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଏହାର ଅଧିକାରୀକ ୱେବସାଇଟ୍‌କୁ ଯାଇ ଅନଲାଇନ ଆବେଦନ କରିବାକୁ ପଡିବ। ଏହି ଆବେଦନ ନିମନ୍ତେ ୧୬ ସେପ୍ଟେମ୍ବର ୨୦୨୧କୁ ଶେଷ ତାରିଖ ଘୋଷଣା ହୋଇଛି।

Leave A Reply

Your email address will not be published.