ଜେଇଇ ମୁଖ୍ୟ ଓ ଏନଇଇଟି ୨୦୨୧ ଫଳାଫଳର ଟାଇ ବ୍ରେକର ପଲିସିକୁ ପରିବର୍ତ୍ତନ

0

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଚଳିତ ବର୍ଷ ଏନଇଇଟି ଓ ଜେଇଇ ମୁଖ୍ୟ ପରୀକ୍ଷାର ଫଳାଫଳ ପ୍ରକ୍ରିୟାକୁ ବଦଳାଇଛନ୍ତି । ଜେଇଇ ମୁଖ୍ୟ ଓ ଏନଇଇଟି ୨୦୨୧ ଫଳାଫଳର ଟାଇ ବ୍ରେକର ପଲିସିକୁ ପରିବର୍ତ୍ତନ କରାଯାଇଛି । ୨୦୨୧ରେ ହେବାକୁଥିବା ପ୍ରତିଯୋଗିତା ପରୀକ୍ଷାର ରାଙ୍କ୍ ତାଲିକାରେ ଏଣିକି ଅଧିକ ବର୍ଷର ବିଦ୍ୟାର୍ଥୀମାନଙ୍କୁ ପ୍ରାଥମିକତା ଦେବାର ବ୍ୟବସ୍ଥାକୁ ଶେଷ କରିଦିଆଯାଇଛି । ବିଦ୍ୟାର୍ଥୀମାନଙ୍କୁ ବିଷୟ ଅନୁସାରେ ଥିବା ମାର୍କ ଅନୁସାରେ ରାଙ୍କ୍ ସ୍ଥିର କରାଯିବ ।

 

ଉଲ୍ଲେଖଯୋଗ୍ୟ, ଗତବର୍ଷ ୨୦୨୦ର ଏନଇଇଟି ପ୍ରବେଶିକା ପରୀକ୍ଷାରେ ଓଡିଶାର ସୋଏବ ଅଫତାବ ଦେଶର ଟପ୍ପର ହୋଇଥିଲୋ ସେ ମୋଟ ୭୨୦ରୁ ୭୨୦ ନମ୍ବର (୧୦୦ ପ୍ରତିଶତ) ରଖି ସର୍ବଭାରତୀୟ ସ୍ତରରେ ୧ ନମ୍ବର ରାଙ୍କ୍ ହାସଲ କରିଥିଲେ । ଅପରପକ୍ଷେ, ଦିଲ୍ଲୀର ଆକାଂକ୍ଷା ସିଂହ ମଧ୍ୟ ୭୨୦ (ଶତ ପ୍ରତିଶତ) ନମ୍ବର ରଖିଥିଲେ । ସୋଏବଙ୍କ ଠାରୁ ସେ ବୟସରେ ବର୍ଷେ ସାନ ଥିବାରୁ ତାଙ୍କୁ ଦ୍ବିତୀୟ ସ୍ଥାନ ମିଳିଥିଲା । ବୟସର ମାପଦଣ୍ଡ ଆଧାରରେ ସୋଏବଙ୍କୁ ଟପ୍ପର ଘୋଷଣା କରାଯାଇଥିଲା। ଟାଇବ୍ରେକିଂ ପଲିସି ଶେଷ କରିଦିଆଯାଇଥିବାରୁ ଗୋଟିଏ ରାଙ୍କରେ ଅନେକ ଟପ୍ପର ହେବାର ସମ୍ଭାବନା ଉଜ୍ଜଳ ହୋଇଛି ।

Leave A Reply

Your email address will not be published.