ଜମିଜମା ବିବାଦକୁ ନେଇ ବୃଦ୍ଧଙ୍କୁ ନିର୍ମମ ହତ୍ୟା

0

ତେଲକୋଇ : ଜମିଜମା ବିବାଦକୁ ନେଇ ବୃଦ୍ଧଙ୍କୁ ନିର୍ମମ ହତ୍ୟା । ତେଲକୋଇ ଥାନା ଲକ୍ଷ୍ମୀନାରାୟଣପୁର ଗାଁରେ ଘଟିଛି ଘଟଣା । ମୃତକ ଲକ୍ଷ୍ମୀ ନାରାୟଣ ପୁର ଗାଁର ରାମ ମୁଣ୍ଡା ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ଗାଁ ନିକଟରେ ଥିବା ସ୍କୁଲ ନିକଟରେ ଥିବା ଧାନବିଲରେ ଜଣେ ବୃଦ୍ଧ ଙ୍କର କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ରବିବାର ସକାଳୁ ଗାଁର କିଛି ଲୋକେ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ କାଳିଆହତା ଫାଣ୍ଡିରେ ହତ୍ୟା କରାଯାଇଥିବା ନେଇ  ଅଭିଯୋଗ ଆସିଛି । ଏହାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବୃଦ୍ଧଙ୍କ ମୁଣ୍ଡରେ ଗଭୀର କ୍ଷତ ଦେଖିବାକୁ ମିଳିଛି। ହତ୍ୟା କରିଥିବା ଅଭିଯୁକ୍ତ ଫେରାର ରହିଛି ।

Leave A Reply

Your email address will not be published.