ଯୌତୁକ ପାଇଁ ମାରିଦେଲେ ଗର୍ଭବତୀ ନବବଧୂଙ୍କୁ

0

ଖୋଦ୍ ରାଜଧାନୀରେ ପୁଣି ଘଟିଲା ଯୌତୁକ ନିର୍ଯାତନା ଓ ବଧୂହତ୍ୟା। ଏହିଭଳି ଅମାନୁଷିକ କାମ କରିଛନ୍ତି ଉଚ୍ଚଶିକ୍ଷିତ ଏବଂ ଚାକିରି କରୁଥିବା ଲୋକେ। ମାତ୍ର ୩ ମାସ ତଳେ ହୋଇଥିବା ପ୍ରେମ ବିବାହ ପରେ ଯୌତୁକ ଲୋଭୀ ଶାଶୁଘର ଲୋକେ ଉକ୍ତ ମହିଳାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି।

ଏହିପରି ଏକ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଡିସେମ୍ବରରେ ପିଡ଼ିତା ସୁଚିସ୍ମିତା, ଯାଜପୁରର ସୁବୀର କୁମାର ମଲ୍ଲିକଙ୍କୁ ବିବାହ କରିଥିଲେ। ସ୍ୱାମୀ-ସ୍ତ୍ରୀ ଉଭୟ ଉଚ୍ଚଶିକ୍ଷିତ ହୋଇଥିବା ବେଳେ ଚାକିରି ମଧ୍ୟ କରୁଥିଲେ। ଗତ ଡିସେମ୍ବରରେ ସୁଚିସ୍ମିତାଙ୍କ ନାକକୁ ବାଡେଇ ରକ୍ତାକ୍ତ କରିବା ସହ ଶାଶୁଘର ଲୋକେ ହତ୍ୟା ଉଦ୍ୟମ କରିଥିଲେ କିନ୍ତୁ ଏବେ ପୁଣି ସୁଚିସ୍ମିତାଙ୍କ କାନ ମୁଣ୍ଡା କୁ ଆଘାତ କରି ହତ୍ୟା କରାଯାଇଥିବା ବେଳେ ତାଙ୍କ ମୁହଁରେ ବିଷ ଦିଆଯାଇ ଏହାକୁ ଆତ୍ମହତ୍ୟାର ରୂପ ଦିଆଯିବାକୁ ଚେଷ୍ଟା କରାଯାଇଛି।

ତେବେ ଭିଡ଼ିଓରେ ସୁଚିସ୍ମିତାଙ୍କ କାନ ପାଖରେ ଆଘାତର ସ୍ପଷ୍ଟ ଚିହ୍ନ ଥିବା ବେଳେ ମୃତ୍ୟୁ ପରେ ତାଙ୍କ ପାଟିରେ ବିଷ ଦିଆଯାଇ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି। ତେବେ ସୁଚିସ୍ମିତାଙ୍କ ଏହି ରାହସ୍ୟଜନକ ମୃତ୍ୟୁ ପରେ ତାଙ୍କ ବାପା ଶାଶୁଘର ଏବଂ ସୁଚିସ୍ମିତାଙ୍କ ସ୍ୱାମୀଙ୍କ ବିରୋଧରେ ପୋଲିସ ପାଖରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି। ଏହାକୁ ଆଧାର କରି ପୋଲିସ ମୃତକଙ୍କ ସ୍ୱାମୀ ସୁବୀର ମଲ୍ଲିକଙ୍କୁ ଗିରଫ କରିଛି ଏବଂ ଏଥିସହିତ ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ନେଇ ଅଧିକ ଖୋଳ ତାଡ଼ ଚଳାଇଛି।

Leave A Reply

Your email address will not be published.