ଯୁବ ମୋର୍ଚ୍ଚା ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

0

ଭଦ୍ରକ,: ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ । ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

ସୂଚନାନୁସାରେ, ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ସଭାପତିଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି । ତାଙ୍କୁ କେତେକ ଯୁବକ ମାରଣାସ୍ତ୍ର ଦେଖାଇ ଭଦ୍ରକ କୋର୍ଟ ପରିସରରୁ ଉଠାଇ ଆଣି ବିଜେପି ଜିଲ୍ଲା କାର୍ଯ୍ୟଳୟକୁ ଆଣିଥିଲେ । ସେଠାରେ ୨୦ ରୁ ୩୦ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ପଦବୀ ଛାଡିବା ନେଇ ଧମକ ଦେଇଥିଲେ ।

 

ଦୀର୍ଘ ସମୟ ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେରେ ଭର୍ତ୍ତି କରାଯାଇଥିଲା । ତେବେ ଶଶାଙ୍କ ଶେଖର ଦାସ ନାମକ ବିଜେପି କର୍ମୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.