ଯୁବକଙ୍କ ଛୁରା ମାଡ଼ରେ ଗୋଟିଏ ପରିବାରର ୩ ଜଣ ଆହତ

0

ଟିଟିଲାଗଡ଼: ସହରର ଡିଏଭି କଲେଜ ନିକଟ ଭାଟିପଡ ଗ୍ରାମ ରେ ଜଣେ ଯୁବକଙ୍କ ଛୁରା ମାଡ଼ରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ କୁ ଆଧାର କରି ପୁଲିସ ଅଭିଯୁକ୍ତ କୁ ଅଟକ ରଖିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଭାଟିପଡ଼ା ଗ୍ରାମର ଧରନିଧର ବେହେରା ନିଜ ଘରେ ରହିଥିବା ସମୟରେ ନୀଳଚକ୍ର ନଗର ର ପପ୍ପୁ ପାଢ଼ୀ ନାମକ ଜଣେ ଯୁବକ ହଠାତ୍ ତାଙ୍କ ଘରେ ପଶି ଛୁରାରେ ଆକ୍ରମଣ କରିଥିଲା । ଆକ୍ରମଣରେ ଧରଣି ଧର ତା ପୁଅ ଓ ସ୍ତ୍ରୀ ଆହତ ହୋଇଛନ୍ତି । ଏଥିସହିତ ଅଭିଯୁକ୍ତ ଧରନିଙ୍କ ସ୍ତ୍ରୀଙ୍କ ଲୁଗାପଟା ଟଣା ଓଟରା କରିଥିବା ଅଭିଯୋଗ ହୋଇଛି । ପୁଲିସ ଆହତ ଓ ଅଭିଯୁକ୍ତ ଙ୍କ ଡାକ୍ତରି ମାଇନା କରିଛି ।

Leave A Reply

Your email address will not be published.