ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଘଟଗାଁ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧଳପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଧଳପୁର ଗ୍ରାମ ନିକଟସ୍ଥ ହରିଚନ୍ଦନପୁରରୁ ପିଠାଗୋଳା ଯିବା ରାସ୍ତା କଡ଼ ନାଳ ନିକଟରେ ଥିବା ଏକ ମହୁଲ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧଳପୁର ଗ୍ରାମ ନିକଟସ୍ଥ ହରିଚନ୍ଦନପୁରରୁ ପିଠାଗୋଳା ଯିବା ରାସ୍ତା କଡ଼ ନାଳ ନିକଟରେ ଥିବା ଏକ ମହୁଲ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଧଳପୁର ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ସାନପୁଅ ପବିତ୍ର ମହାନ୍ତ। ପବିତ୍ରଙ୍କର ହାତ ଦୁଇଟି ବନ୍ଧା ହୋଇଥିବା ବେଳେ ଗଛ ମୂଳରେ ଏକ ଡାଏରୀ ଓ ମଦ ବୋତଲ, ସିଗାରେଟ୍ ପଡିଛି। ଯୁବକଙ୍କ ହାତ ଦୁଇଟି ବନ୍ଧା ହୋଇଥିବାରୁ ତାଙ୍କୁ କେହି ଯୋଜନାବଦ୍ଧ ଭାବରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.