ରାଉରକେଲା: ରାଉରକେଲା ବନ୍ଧମୁଣ୍ଡାରେ ଗୁଳିକାଣ୍ଡ । ଯୁବକ ଗୁରୁତର । ଗୁରୁତର ଯୁବକ ଟି ଚିରଞ୍ଜିବୀଙ୍କ ବାମ ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି ।
ଗୁରୁତର ଅବସ୍ଥାରେ ପ୍ରଥମେ ଚିରଞ୍ଜିବୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଆଇଜିଏଚ ସ୍ଥାନାନ୍ତରିତ କରାଯାଇଛି ।
ସୂଚନାନୁସାରେ, ପ୍ରଥମେ ଦୁଇ ଅଭିଯୁକ୍ତ ଚିରଞ୍ଜିବୀଙ୍କୁ ବନ୍ଧମୁଣ୍ଡା ରେଳବାଇ ପଡିଆକୁ ଡାକିଥିଲେ । ଏହାପରେ ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ସୁଧ କାରବାର ଓ ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ ହୋଇଥିବା ପ୍ରଥମିକ ସୂଚନା ମିଳିଛି । ଗୁଳି ମାଡ କରିଥିବା ଦୁଇ ଅଭିଯୁକ୍ତ କ୍ରିଷ୍ଣା ଛତ୍ରୀ ଓ ତାର ସହଯୋଗୀ ବୋଲି ପୋଲିସ ସୂଚନା ଦେଇଛି ।