ଯୁବକଙ୍କୁ ମଝି ନଦୀକୁ ଝାମ୍ପିନେଲା କୁମ୍ଭୀର

0

ପଟ୍ଟାମୁଣ୍ଡାଇ : ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ଗାଁ ବ୍ରାହ୍ମଣୀ ନଦୀରେ ଘଟିଛି ଏଭଳି ଅଘଟଣ । ନିଖୋଜ ଯୁବକ ଜଣଙ୍କ ହେଲେ ଶ୍ରୀରାମପୁର ଗାଁର ବସନ୍ତ ପରିଡା ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ଗାଁ ବସନ୍ତ ପରିଡା ଗାଈ ଚରାଇବାକୁ ବ୍ରାହ୍ମଣୀ ନଦୀ ନିକଟକୁ ଯାଇଥିଲେ । ସେହି ସମୟରେ ନଦୀରେ ଗୋଡ ଧୋଉଥିବା ବେଳେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିଲା । ଏହା ଦେଖି ନିକଟରେ ଥିବା ଲୋକେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଗ୍ରାମବାସୀ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.