ଯୁବକଙ୍କୁ ନିର୍ମମ ହତ୍ୟା

0

ସମ୍ବଲପୁର,: ଯୁବକଙ୍କୁ ନିର୍ମମ ହତ୍ୟା । ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ । ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗୋବିନ୍ଦତୋଲା ଅଞ୍ଚଳରେ ।

ସୂଚନାନୁସାରେ, ଗୋବିନ୍ଦତୋଲା ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ତେବେ ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି ।ମୃତକ ଜଣଙ୍କ ହେଲେ ଚରଭାଟିର ଦୀପକ ଯାଦବ(୨୫)l ଗୁରୁତର ଜଣଙ୍କ ହେଉଛନ୍ତି ବନିତ ଓରାମl

ଘଟଣାସ୍ଥଳରୁ ଦୁଇଟି ଭୁଜାଲି ପଡ଼ିଥିବା ବେଳେ ଧନୁପାଲି ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛିl ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.