ଯୁବକଙ୍କୁ ନିର୍ମମ ହତ୍ୟା

0

ରାୟଗଡା : ରାୟଗଡା ସହରର କପିଳାସ ରୋଡରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟାର ଶିକାର ଯୁବକ ଜଣଙ୍କ ହେଲେ ବି. ରାଜୁ । ତାଙ୍କ ବୟସ ୨୫ ବର୍ଷ । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି। ପରକୀୟାପ୍ରୀତିରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ଅଟକ ଥିବା ଯୁବକଙ୍କ କହିବା ଅନୁସାରେ, ମଙ୍ଗଳବାର ରାତିରେ ରାଜୁଙ୍କର ଝଗଡା ହୋଇଥିଲା। ପରକୀୟା ପ୍ରୀତି ଯୋଗୁଁ ଝଗଡା ସୃଷ୍ଟି ହୋଇଥିଲା । ଏହାପରେ କିଛି ଜଣ ମିଳିତ ଭାବେ ରାଜୁଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ରାଜୁଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି । ଅନ୍ୟ କେଉଁମାନେ ଘଟଣାରେ ଜଡ଼ିତ ରହିଛନ୍ତି ତାହା ମଧ୍ୟ ଅନୁସନ୍ଧାନ କରୁଛି ପୋଲିସ।

Leave A Reply

Your email address will not be published.