ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା

0

ବ୍ରହ୍ମପୁର : ଶ୍ବଶୁର ଘରେ ଜ୍ବାଇଁଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଝିକିପଦରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।

 

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଝିକିପଦର ରଣ୍ଢା ହରିଜନ ସାହି ସ୍ଥିତ ନିଜ ଶ୍ବଶୁର ଘରେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶ୍ବଶୁର ଘର ଛାତ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ଦିଲ୍ଲୀପ ଦାସ । ସେ ଝିକିପଦର ସ୍ଥିତ ନିଜ ଶ୍ବଶୁର ଘରକୁ ଆସିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।

 

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.