ଝାରସୁଗୁଡା : ଯୁବକର ଗଳା କାଟି ନିର୍ମମ ହତ୍ୟା। ବିଚ ରାସ୍ତା ଉପରେ ପଡିଛି ମୃତଦେହ। ଝାରସୁଗୁଡା ସହରର ବେହେରାମାଲରେ ଏକ ଗଳି ରାସ୍ତାରେ ଆଜି ସକାଳୁ ପଥଚାରୀମାନେ ଯୁବକର ମୃତଦେହ ଦେଖି ଝାରସୁଗୁଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଏସପି ବିକାଶ ଦାଶଙ୍କ ସହ ଏସ୍ଡିପିଓ, ଆଈଆଇ ସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପୋଲିସ ତଦନ୍ତ ପରେ ମୃତକକୁ ଚିହ୍ନଟ କରାଯାଇପାରିଛି। ମୃତକ ଜଣକ ହେଲେ ମୁଙ୍ଗାପଡା ଅଞ୍ଚଳର ବିପିନ ସାହା। ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ। ଗତକାଲି ବିଳମ୍ବିତ ରାତିରେ ଘଟଣା ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ଝାରସୁଗୁଡା ପୋଲିସ ଅଧିକ ତଦନ୍ତ ଚଳାଇଛି।