ଜଜ୍‌ ଉତ୍ତମ ଆନନ୍ଦଙ୍କର ହତ୍ୟା ମାମଲା,

0

ନୂଆଦିଲ୍ଲୀ /ଧାନବାଦ – ଝାଡ଼ଖଣ୍ଡର ଧାନବାଦରେ ଅତିରିକ୍ତ ଜିଲ୍ଲା ଜଜ୍‌ ଉତ୍ତମ ଆନନ୍ଦଙ୍କର ହତ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟ ସ୍ୱତଃ ସଜ୍ଞାନକୁ ନେଲେ । ଭାରତର ମୁଖ୍ୟ ବିଚାରପତି ଏନଭି ରମଣାଙ୍କର ଅଧ୍ୟକ୍ଷତାରେ ବେଞ୍ଚ ଏହି ମାମଲାରେ ଏକ ସପ୍ତାହ ଭିତରେ ମୁଖ୍ୟ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ ମାଧ୍ୟମରେ ଯାଞ୍ଚର ଷ୍ଟାଟସ ରିପୋର୍ଟ ମାଗିଛନ୍ତି ।

 

ସୁପ୍ରିମ୍‌ କୋର୍ଟଙ୍କର କହିବା ହେଲା ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକ ଝାଡ଼ଖଣ୍ଡରେ ଅଦାଲତ ପରିସର ଭିତରେ ଓ ବାହାରେ ଆଇନ୍‌ ବ୍ୟବସ୍ଥାର ସ୍ଥିତି ନେଇ ବିସ୍ତୃତ ଭାବେ କହିବେ । ସିଜେଆଇ ଜଷ୍ଟିସ୍‌ ଏନ୍‌ଭି ରମଣା ଓ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କର ମିଳିତ ଖଣ୍ଡପୀଠ ସ୍ୱତଃ ଜ୍ଞାତସାରକୁ ନେଇ କହିଛନ୍ତି ଝାଡ଼ଖଣ୍ଡରେ ଚଳିତ ମାସରେ ନ୍ୟାୟିକ ଅଧିକାରୀ ଓ ଓକିଲଙ୍କ ଉପରେ ପ୍ରାଣଘାତୀ ଆକ୍ରମଣର ମାମଲା ବୃଦ୍ଧି ପାଇଛି ।

 

ଆଇନ୍‌ ବ୍ୟବସ୍ଥାକୁ ସିଧା ପ୍ରଶ୍ନ ଉଠିଛି –

ଏହାର ସିଧା ଅର୍ଥ ଆଇନ୍‌ ବ୍ୟବସ୍ଥା ସହ ରହିଛି । ଏହି ସ୍ଥିତି ଚିନ୍ତା ବଢ଼ାଇବା ଭଳି ହୋଇଛି। ଏଣୁ ରାଜ୍ୟ ସରକାର ଓ ପୁଲିସ୍ ପ୍ରଶାସନ ଏହି ବିଷୟରେ ରିପୋର୍ଟ ଦିଅନ୍ତୁ। ସୁପ୍ରିମ୍‌କୋର୍ଟ ଏହାକୁ ସ୍ପଷ୍ଟ କରି ଦେଇଛନ୍ତି କି, ତାଙ୍କର ଏହି ଆଦେଶ ଝାଡ଼ଖଣ୍ଡ ହାଇକୋର୍ଟରେ ଚାଲିଥିବା ଶୁଣାଣି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କାରଣ ହାଇକୋର୍ଟ ଏହି ଖାସ୍ ମାମଲାରେ ଶୁଣାଣି କରୁଛି ଏବଂ ସୁପ୍ରିମ୍‌ କୋର୍ଟ ଏହି ବିସ୍ତୃତ ମାମଲା ଉପରେ ଶୁଣାଣି କରୁଛନ୍ତି ।

ବିଚାରପତିଙ୍କର ମୃତ୍ୟୁ ମାମଲାରେ ଝାଡ଼ଖଣ୍ଡ ସରକାର ଉଚ୍ଚ ସ୍ତରୀୟ ଯାଞ୍ଚ ଆଦେଶ ଦେଇଛନ୍ତି । ମାମଲାର ସିସିଟିଭି ଫୁଟେଜ୍ ଅନେକ ପ୍ରଶ୍ନ ଉଠାଇବା ସହ ହତ୍ୟା ଆଶଙ୍କାକୁ ସତେଜ କରୁଛି । ଝାଡ଼ଖଣ୍ଡ ସରକାର ଧାନବାଦର ଡିସି ଓ ପୁଲିସ୍‌କୁ ଉଚ୍ଚ ସ୍ତରୀୟ ଯାଞ୍ଚ ସମିତି ଗଠନ କରି ଏହି ଘଟଣାର ତଦନ୍ତ କରି ଏକ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିଷ୍ପତ୍ତି ଶୁଣାଇଛନ୍ତି ।

Leave A Reply

Your email address will not be published.