ଜଙ୍ଗଲରୁ ମହିଳାଙ୍କ ମୃତଦେହ ଠାବ

0

ବଡ଼ବିଲ : ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା କାରାଖେଣ୍ଡରା ଜଙ୍ଗଲରୁ ଉଦ୍ଧାର ହୋଇଛି ମୃତଦେହ । ମୃତକଙ୍କ ପରିଚୟ ହସ୍ତଗତ ହୋଇଛି, ସେ ନାଲଦା ଅଞ୍ଚଳର ବୋଲି ଜଣାପଡିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

 

ଖବର ଅନୁଯାୟୀ, ମୃତ ମହିଳା ଗତ ୧୮ତାରିଖରୁ ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ବି ମହିଳାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ବଡ଼ବିଲ ଥାନା କାରାଖେଣ୍ଡରା ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଥିଲା । ଏହାପରେ ଘଟଣାର ଅନୁଧ୍ୟାନ ପରେ ମୃତଦେହଟି ଗତ ୧୮ତାରିଖରୁ ନିଖୋଜ ଥିବା ମହିଳାଙ୍କର ବୋଲି ଜଣାପଡିଥିଲା । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ମୃତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏପରିକି ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.