କାବୁଲ ଏୟାରପୋର୍ଟ ବ୍ଲାଷ୍ଟରେ ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି

0

କାବୁଲ, : କାବୁଲ ଏୟାରପୋର୍ଟ ବ୍ଲାଷ୍ଟରେ ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ଏହି ଘଟଣାରେ ସାରା ବିଶ୍ବ ଚହଲି ଯାଇଛି । ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ISIS-K ଆତଙ୍କୀ ସଂଗଠନ। ଆତ୍ମଘାତୀ ହମଲା କରିଥିବା ଆତଙ୍କୀର ଫଟୋ ଜାରି କରିଛି। ମୃତକଙ୍କ ଭିତରେ ଅଛନ୍ତି ୧୩ ଆମେରିକୀୟ କମାଣ୍ଡୋ। ପ୍ରାଣ ହରାଇଥିବା ୯୫ ଆଫଗାନୀଙ୍କ ଭିତରେ ଅଛନ୍ତି ୨୮ଜଣ ତାଲିବାନ ଆତଙ୍କୀ। ଏହି ତାଲିବାନ ଆତଙ୍କୀମାନେ ବିମାନବନ୍ଦର ବାହାରେ ଜଗିଥିଲେ।

ବିସ୍ଫୋରଣରେ ଅଧିକାଂଶ ମହିଳା ଏବଂ ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି। ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଆତଙ୍କୀ ସଂଗଠନ ଖୁରାସାନ୍। ସୁଇସାଇଡ୍ ବମିଂ କରିଥିବା ଆତଙ୍କୀର ନାଁ ଖୁଲାସା କରିବା ସହ ଫଟୋ ଛାଡିଛି। ଏହି ଆତଙ୍କୀ ଏୟାରପୋର୍ଟରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଭିତରେ ପଶି ଯାଇଥିବା ISIS-ଖୁରାସାନ କହିଛି।

ଏପଟେ ISIS-K ଆତଙ୍କୀ ସଂଗଠନକୁ ହ୍ବାଇଟ୍ ହାଉସ୍ ଦେଇଛି ଚରମ ଚେତାବନୀ। ନା ଭୁଲିବୁ, ନା କ୍ଷମା କରିବୁ,ଖୋଜି ଖୋଜି ଦଣ୍ଡ ଦେବୁ। ଏମିତି ରୋକଠୋକ ଶୁଣାଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଏହାର ଭିତରେ କାବୁଲ ଏୟାରପୋର୍ଟରେ ଆହୁରି ବିସ୍ଫୋରଣ ହେବା ନେଇ ଆସିଛି ଆଲର୍ଟ।
କାବୁଲରେ ଆତ୍ମଘାତୀ ହମଲାର ଚେର ପାକିସ୍ତାନ ଯାଏଁ ଲମ୍ବିଥିବା ସ୍ପଷ୍ଟ ହୋଇଛି । ISIS-ଖୁରାସାନ୍ ଆତଙ୍କୀ ସଂଗଠନର ମୁଖିଆ ଅସଲମ୍ ଫାରୁକୀ ହେଉଛି ପାକିସ୍ତାନ ନାଗରିକ। ତାଲିବାନ ଏବଂ ହକାନୀ ନେଟୱର୍କ ସହ ମିଶି କାବୁଲ ଓ ଜଲାଲାବାଦରୁ ଅପରେଟ୍ କରୁଛି ଅସଲମ୍। କାବୁଲରେ ଆତଙ୍କୀ ହମଲା ପରେ ସାରା ବିଶ୍ବ ଦୋହଲି ଯାଇଛି। ।

Leave A Reply

Your email address will not be published.