କଳାହାଣ୍ଡିରେ ଗୋଟିଏ ଦିନରେ ୫୪ କରୋନା ସଂକ୍ରମିତ ଚିହ୍ନଟ

0

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଦିନରେ ୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋମବାର ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରୁ ୩୬ ସଂକ୍ରମିତ ଚିହ୍ନଟ ହେବା ପରେ ମଙ୍ଗଳବାର ପୁଣି ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ବାବ୍‌ ଟେଷ୍ଟ କରାଯିବ। ସଂକ୍ରମିତମାନଙ୍କୁ କଲେଜ ହଷ୍ଟେଲରେ ୩ଟି ଆଇସୋଲେସନ ଓ୍ବାର୍ଡରେ ରଖି ଚିକିତ୍ସା ଜାରି ରହିଛି । ସଂକ୍ରମିତ ଚିହ୍ନଟ ପରେ କଲେଜକୁ ସିଲ୍ କରି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଘରୋଇ କଲେଜରେ ମୋଟ ୧ ହଜାର ଛାତ୍ରଛାତ୍ରୀ ରହିଥିବା ବେଳେ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କର ପରୀକ୍ଷା କରାଯାଉଛି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୦୪୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୧୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୬୮୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ୯୦୦୧୪୫୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.