କାଲି ହଲ୍ଲା ବୋଲ୍ କରିବ କୃଷକ ସଂଗଠନ

0

ନୂଆଦିଲ୍ଲୀ  : କେନ୍ଦ୍ର ସରକାରଙ୍କ ତିନି ନୂତନ କୃଷି ଆଇନ୍ ବିରୋଧରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ହଜାର ସଂଖ୍ୟକ କୃଷକ ଏମଏସପି ଉପରେ ସ୍ଵତନ୍ତ୍ର ଆଇନ ଆଣିବା ଏବଂ ତିନି କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି। ଆସନ୍ତାକାଲି କୃଷକଙ୍କ ଆନ୍ଦୋଳନକୁ ଚାରି ମାସ ପୂରଣ ହେବାକୁ ଯାଉଛି । ଏହି ଅବସରରେ ମାର୍ଚ୍ଚ ୨୬ରେ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି।

ଏହି ବନ୍ଦରେ ବ୍ୟବସାୟୀ ସଂଗଠନ, ଟ୍ରେଡ୍ ୟୁନିୟନ, ଟ୍ରକ୍ ୟୁନିୟନ, ବସ୍ ୟୁନିୟନ ଏହି ଆନ୍ଦୋଳନକପ ସମର୍ଥନ ଦେବେ । ଆନ୍ଦୋଳନ ପୂର୍ବରପ କୃଷକ ନେତା ଲୋକଙ୍କୁ ହାତ ଯୋଡି କ୍ଷମପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ବନ୍ଦ ପାଇଁ ହେଉଥିବା ଅସୁବିଧା ଆମେ ଦୁଃଖିତ । ତେବେ ବନ୍ଦକୁ ସବୁ ୟୁନିୟନର ସମର୍ଥନ ମିଳିଥିବାରୁ ସଫଳ ହେବା ନେଇ ଆଶାବାଦୀ ଅଛନ୍ତି ଭାରତୀୟ କୃଷକ ୟୁନିୟନର ପ୍ରଦେଶ ଅଧ୍ୟକ୍ଷ ରାଜବୀର ସିଂହ ଜାଦୋନ୍ ।

ଏହା ପୂର୍ବରୁ କୃଷକ ସଂଗଠନ ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ଶୋଭାଯାତ୍ରା କରିଥିଲ। । ରାଲିରେ ରାଜଧାନୀରେ ହିଂସାକାଣ୍ଡ ହୋଇଥିଲା । ସୂଚନାଯୋଗ୍ୟ, କୃଷକ ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟରେ ଗତ କିଛି ମାସରେ ୧୦ରୁ ଅଧିକ ପର୍ଯ୍ୟାୟରେ ଆଲୋଚନା ହୋଇ ସାରିଛି। ହେଲେ ଉଭୟ ପକ୍ଷ ମଧ୍ୟରେ ଅଦ୍ୟାବଧି କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ। କୃଷକ ସଂଗଠନ ନିଜର ଆନ୍ଦୋଳନକୁ ଆହୁରି ଶାଣିତ କରିବା ପାଇଁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି।

Leave A Reply

Your email address will not be published.