ନୂଆଦିଲ୍ଲୀ: ମାର୍ଚ ୨୩-୨୪ ତାରିଖ ଦିନ ଦିଲ୍ଲୀରେ ଭାରତ ଓ ପାକିସ୍ତାନ ସିନ୍ଧୁନଦୀର ଜଳବଣ୍ଟନ ପ୍ରସଙ୍ଗରେ ଉପୁଜି ଥିବା ସମସ୍ୟା ବିଷୟରେ ଆଲୋଚନା କରିବେ। ଏହି ବାର୍ଷିକ ବୈଠକ ଏଥର ଦୁଇ ବର୍ଷ ପରେ ହେବାକୁ ଯାଉଛି। ଜଳ ଭାଗବାଣ୍ଟ ସମସ୍ୟା ଏବଂ ସେ ଜନିତ ପରସ୍ପରର ଅସୁବିଧା ସଂକ୍ରାନ୍ତରେ ଭାରତ ଓ ପାକିସ୍ତାନର ସରକାରୀ ଅଧିକାରୀମାନେ ଉକ୍ତ ବୈଠକରେ ଆଲୋଚନା କରିବେ।
ଲଦାଖରେ ଭାରତ ମଞ୍ଜୁରି ଦେଇଥିବା କେତୋଟି ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ପାକିସ୍ତାନ ଆପତ୍ତି ଉଠାଇଛି। ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ପାକିସ୍ତାନୀ ସରକାରୀ ଅଧିକାରୀଙ୍କର ଏକ ଦଳ ଭାରତରେ ପହଞ୍ଚିବେ।