କଳି ତୁଟାଉ ତୁଟାଉ ଚାଲିଗଲା ଜୀବନ

0

ଖୋର୍ଦ୍ଧା : ମଧ୍ୟସ୍ଥି ହେବା ପଡିଲା ମହଙ୍ଗା । ସମାଧାନ କରିବାକୁ ଆସି ମୃତ୍ୟୁ ଘଟିଲା । ମୃତକ ନୀଳମଣୀ ବାରିକ ବୋଲି ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଚକାପଦା ଗାଁର ଘଟିଛି ଘଟଣା ।  ଖବର ଅନୁଯାୟୀ, ବେଗୁନିଆ ଥାନା ଚକାପଦା ଗାଁର ଦସ୍ଵବ ପରିବାର ମଧ୍ୟରେ ବିବାଦ ଲାଗିଥିଲା । ମଙ୍ଗଳବାର ରାତିରେ  ପୁର୍ବ ଶତୃତାକୁ କେନ୍ଦ୍ର କରି ସଂଘର୍ଷ ହୋଇଥିଲା ।ଏହି  ସଂଘର୍ସ ସମୟରେ ନିଳମଣୀ ବାରିକ  ଛଡାଇବାକୁ ଆସିଥିଲେ ,ହେଲେ ଏହି ସମୟରେ ସ୍ଵାଧୀନ ସ୍ଵାଇଁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଗୋଇଠା ମାରିଥିଲେ । ସେ ସେ ତଳେ ପଡିଯାଇଥିଲେ। ଏହାପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି।

ସେପଟେ ଘଟଣାସ୍ଥଳକୁ ଯାଇ ବେଗୁନିଆ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ସ୍ଵାଧୀନ ସ୍ଵାଇଁ ଏବଂ ତାଙ୍କର ଦାଦା ଫେରାର ଅଛି। ବେଗୁନିଆ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅଧିକ ତଦନ୍ତ ପାଇଁ ଶବ ବ୍ୟବଚ୍ଛେଦ ରିପୋଟକୁ ଆଧାର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଅଭିଯୁକ୍ତକୁ ଧରିବା ପାଇଁ ମୃତକଙ୍କ ପରିବାର ପକ୍ଷରୁ ଦାବି ହୋଇଛି ।

Leave A Reply

Your email address will not be published.