କାଳିଆ ଦର୍ଶନ କରୁଛନ୍ତି ପୁରୀବାସୀ

0

ପୁରୀ: ପୁରୀବାସୀଙ୍କ ପାଇଁ ଖୋଲିଛି ଜଗା ଦୁଆର । ଦୀର୍ଘ ୪ ମାସ ପରେ କାଳିଆ ଠାକୁରଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ । ଦ୍ବିତୀୟ ଦିନ ପାଇଁ ପୁରୀ ବାସୀ କାଳିଆ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଭିତରେ ତିନୋଟି ପର୍ଯ୍ୟାୟରେ ପୁରୀବାସୀଙ୍କୁ ଦର୍ଶନ ସୁବିଧା ମିଳିବ । ଆସନ୍ତା ୨୩ ତାରିଖରୁ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ଖବର ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ତେବେ ଏବେ ସଂକ୍ରମଣ କମିବା ପରେ ସାଧାରଣ ଲୋକଙ୍କୁ ଜଗା ଦର୍ଶନ ପାଇଁ ଅନୁମତି ଦେଇଛି । ୧୬ ତାରିଖ ଠାରୁ ପୁରୀ ବାସୀ ପ୍ରଥମେ ଦର୍ଶନ କରୁଛନ୍ତି । ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଭିତରେ ତିନୋଟି ପର୍ଯ୍ୟାୟରେ ପୁରୀବାସୀଙ୍କୁ ଦର୍ଶନ ସୁବିଧା ମିଳିବ । ଆସନ୍ତା ୨୩ ତାରିଖରୁ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

Leave A Reply

Your email address will not be published.