କଳିଙ୍ଗ ଝୋଟକଳରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ପାଇଁ ଦମକଳ ବାହିନୀରେ ଉଦ୍ୟମ ଜାରି

0

ଢେଙ୍କାନାଳ : କଳିଙ୍ଗ ଝୋଟକଳରେ ଭୟାବହ ଅଗ୍ନିକାଣ୍ଡି । ଜଳିଯାଉଛି କୋଟି କୋଟି ଟଙ୍କାର ଝୋଟ ଓ ମେସିନ ସାମଗ୍ରୀ । ନିଆଁକୁ ଆୟତ୍ତ ପାଇଁ ଦମକଳ ବାହିନୀରେ ଉଦ୍ୟମ ଜାରି ରହିଛି ।

ଖବର ଅନୁଯାୟୀ, ଢେଙ୍କାନାଳ ଷ୍ଟେସନ ବଜାର ସ୍ଥିତ କଳିଙ୍ଗ ଝୋଟ କଳରେ ନିଆଁ ଲାଗିଯାଇଛି । ଯାହାର ଖବର ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଦିଆଯାଇଥିଲା । ଖବର ପାଇବାମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । କାରଖାନାରେ ନିଆଁ ଲାଗିଯିବାର କୋଟି କୋଟି ଟଙ୍କାର ଝୋଟ ସାମଗ୍ରୀ ଓ ମେସିନ ଆଦି ଜଳି ପୋଡି ପାଉଁଶ ହୋଇଯାଇଛି ।

ତେବେ କାରଖାନାରେ ନିଆଁ ଲାଗିବା ସମୟରେ ପ୍ରାୟ ୨ଶହରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଥିଲେ , କିନ୍ତୁ ସମସ୍ତ କର୍ମଚାରୀଙ୍କୁ  ସୁରକ୍ଷିତ ଭାବେ ଉଦ୍ଦାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡ ସ୍ପଷ୍ଟ କାରଣ ଜଣାପଡିନାହିଁ । ପୂର୍ବରୁ କାରଖାନାରେ ଅନୁରୁପ ଭାବେ ୩ରୁ୪ ଥର ନିଆଁ ଲାଗିଥିବାରୁ ସୁରକ୍ଷା ନେଇ କର୍ମଚାରୀ ମହଲେ ଉତ୍ତେଜନା ପ୍ରକାଶ ପାଇଛି ।

Leave A Reply

Your email address will not be published.