କମିଲା ପେଟ୍ରୋଲ ଓ ଡିଜେଲ୍ ଦର

0

ଭୁବନେଶ୍ୱର : ଆଜି ଡିଜେଲ ଏବଂ ପେଟ୍ରୋଲ ଦରରେ ପୁଣି ହ୍ରାସ ହୋଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୧ ପଇସା ହ୍ରାସ ପାଇ ଏବେ ଲିଟର ପିଛା ୯୦.୭୮ ଟଙ୍କା ହୋଇଛି । ଏଥି ସହିତ ଡିଜେଲର ହାର ଲିଟର ପିଛା ୨୦ ପଇସା ହ୍ରାସ ପାଇ ଏବେ ୮୧.୧୦ ଟଙ୍କା ହୋଇଛି । ସରକାରୀ ତୈଳ କମ୍ପାନୀଗୁଡିକ ମୂଲ୍ୟର ସମୀକ୍ଷା କରିବା ପରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ଦର ସ୍ଥିର କରନ୍ତି । ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ସଂଶୋଧନ କରି ଦୈନିକ ସକାଳ ୬ ଟାରୁ ପେଟ୍ରୋଲ ଦର ଏବଂ ଡିଜେଲ ଦର ପ୍ରଦାନ କରିଥାଏ ।
ଜାଣନ୍ତୁ ଆଜିର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ,ବର୍ତ୍ତମାନ ଦିଲ୍ଲୀରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୯୦.୭୮ ଟଙ୍କା ରହିଛି। ଏଥିସହିତ, ୧ ଲିଟର ଡିଜେଲର ମୂଲ୍ୟ ଲିଟର ପିଛା ୮୧.୧୦ ଟଙ୍କା ରହିଛି। – କୋଲକାତାରେ ୧ ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୯୦.୯୮ ଟଙ୍କା ରହିଛି ଓ ୧ ଲିଟର ଡିଜେଲର ମୂଲ୍ୟ ଲିଟର ପିଛା ୮୩.୯୮ ଟଙ୍କା ରହିଛି।
ମୁମ୍ବାଇରେ ୧ ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୯୭.୧୯ ଟଙ୍କା ଓ ୧ ଲିଟର ଡିଜେଲର ମୂଲ୍ୟ ଲିଟର ପିଛା ୮୮.୨୦ ଟଙ୍କା ରହିଛି ।- ଚେନ୍ନାଇରେ ୧ ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୯୨.୭୭ ଟଙ୍କା ଓ ୧ ଲିଟର ଡିଜେଲର ମୂଲ୍ୟ ଲିଟର ପିଛା 86.୧୦ ଟଙ୍କା ରହିଛି ।- ଭୁବନେଶ୍ୱରରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୨୧ ପଇସା ହ୍ରାସ ଘଟି ୯୧.୫୧ ଟଙ୍କା ରହିଛି । ଏଥିସହିତ ଡିଜେଲ୍ ଦରରେ ମଧ୍ୟ ୨୨ ପଇସା ହ୍ରାସ ଘଟି ୮୮.୩୮ ଟଙ୍କା ରହିଛି ।- କଟକରେ ମଧ୍ୟ ୧ ଲିଟର ପେଟ୍ରୋଲ ଦରରେ ୨୧ ପଇସା ହ୍ରାସ ଘଟି ୯୧.୮୦ ଟଙ୍କା ରହିଛି ଏବଂ ୧ ଲିଟର ଡିଜେଲ ଦରରେ ୨୨ ପଇସା ହ୍ରାସ ଘଟି ୮.୮.୬୭ ଟଙ୍କା ରହିଛି ।

Leave A Reply

Your email address will not be published.