କାହିଁକି ବିବାହ ପରେ ବଲିଉଡରୁ ଦୂରେଇଲେ ହରଭଜନଙ୍କ ପତ୍ନୀ ଗୀତା ?

0

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ୍ ଟିମ୍ ର ଖେଳାଳି ହରଭଜନ ସିଂଙ୍କ ପତ୍ନୀ ଗୀତା ବସ୍ରା ବିବାହ ପରେ ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଦୂର ହୋଇଯାଇଛନ୍ତି ।  ଗୀତା ବସ୍ରା ତାଙ୍କର ପ୍ରଥମ  ଏବଂ ଦ୍ୱିତୀୟ ଫିଲ୍ମ ଇମ୍ରାନ୍ ହାଶମୀଙ୍କ ସହିତ କରିଥିଲେ କିନ୍ତୁ ତାହା ଫ୍ଲପ୍ ହୋଇଯାଇଥିଲା ।  ଫିଲ୍ମ ଫ୍ଲପ୍ ହେଉଥିବା ଦେଖିବା ପରେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯିବା ଭଲ ବୋଲି ଗୀତା ଭାବିଥିଲେ ।

ଗୀତା ଆରମ୍ଭରୁ ଅଭିନେତ୍ରୀ ନୁହେଁ ବରଂ ଜଣେ କ୍ରିମିନାଲ୍ ସାଇକୋଲୋଜିଷ୍ଟ ହେବାକୁ ଚାହୁଁଥିଲେ ।  ଲଣ୍ଡନରେ ଜନ୍ମିତ ଗୀତା ୪-୫ ବର୍ଷ ପର୍ଯ୍ୟନ୍ତ ଥିଏଟର କରିଥିଲେ ଏବଂ ମୁମ୍ବାଇ ଆସି ଆକ୍ଟିଙ୍ଗ୍ ଶିଖିଥିଲେ । ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ମଡଲିଂ କରିଥିଲେ । ଗୀତା ଏବଂ ହରଭଜନ ସିଂଙ୍କ ଲଭେଷ୍ଟୋରୀ ମଧ୍ୟ ଖୁବ୍ ଦୃଦୟସ୍ପର୍ଶୀ । ଭାଲେଣ୍ଟାଇନ୍ସ ଡେ’ରେ ଗୀତା ବସ୍ରା କହିଥିଲେ, ବହୁତ ଦିନ ଅପେକ୍ଷା କରାଇବା ପରେ ସେ ହରଭଜନ ସିଂଙ୍କୁ ବିବାହ କରିବା ପାଇଁ ହଁ କରିଥିଲେ । ହରଭଜନ ସିଂ ପ୍ରଥମ ଥର ଗୀତାଙ୍କୁ ଦେଖି ତାଙ୍କର ହୃଦୟ ଦେଇ ବସିଥିଲେ । ସେତେବେଳେ ଗୀତା ବଲିଉଡ୍ ରେ ପ୍ରଥମ ପାଦ ଦେଉଥିଲେ ଏବଂ ହରଭଜନ କ୍ରିକେଟ୍ ଟିମର ଫେମସ୍ ବୋଲର ଥିଲେ ।

ହରଭଜନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଗୀତାଙ୍କର ଗୀତ ‘ଅଜନବୀ’ ଦେଖି ସେ ତାଙ୍କୁ ଭଲପାଇ ବସିଥିଲେ ।  ହରଭଜନ ତାଙ୍କର ଜଣେ ବନ୍ଧୁଙ୍କଠାରୁ ଗୀତାଙ୍କ ନମ୍ବର ଆଣିଥିଲେ ଏବଂ ଗୀତାଙ୍କୁ ମେସେଜ୍ କରି କଫି ପାଇଁ ନିମନ୍ତ୍ରଣ କରିଥିଲେ କିନ୍ତୁ ଗୀତା ହରଭଜନ ମେସେଜ୍ ର କୌଣସି ପ୍ରତିକ୍ରିୟା ଦେଇନଥିଲେ । ସେହି ସମୟ ମଧ୍ୟରେ ଭାରତୀୟ ଟିମ୍ ଟି -୨୦ ବିଶ୍ୱକପ ଜିତିଥିଲା । ଟିମ୍ ର ବିଜୟ ପାଇଁ ଗୀତା ହରଭଜନଙ୍କୁ ଅଭିନନ୍ଦନ ଜଣାଇଥିଲେ । ହରଭଜନଙ୍କଠାରୁ ଗୀତା ଆଇପିଏଲ ଟିକେଟ୍ ମାଗିଥିଲେ ଏବଂ ହରଭଜନ ତାଙ୍କ ଲେଡି ଲଭ୍ ପାଇଁ ଟିକେଟ୍ ର ବ୍ୟବସ୍ଥା କରିଥିଲେ । ଏହା ପରେ ଗୀତା ହରଭଜନଙ୍କୁ ଧନ୍ୟବାଦ ଦେବାକୁ ଯାଇ କଫି ପାଇଁ କହିଥିଲେ ।  ଏହାପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା ଏବଂ ୧୧ ମାସପରେ ଦୁହେଁ ବିବାହ କରିଥିଲା ।

Leave A Reply

Your email address will not be published.