କନ୍ୟାର ଝୁଲନ୍ତା ମୃତଦେହ ଉଦ୍ଧାର

0

ଢେଙ୍କାନାଳ : ବିବାହ ପୂର୍ବରୁ ଘରୁ ମିଳିଲା କନ୍ୟାର ଝୁଲନ୍ତା ମୃତଦେହ । କନ୍ୟାଘରୁ ବର ମାରିଲା ଚମ୍ପଟ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପନେଇଲ କଲୋନୀ ସାହିରେ ବାହାଘର ବେଳେ ଘଟିଛି ଏଭଳି ଅଘଟଣ । କନ୍ୟାଘର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

 

କିଛି ସମୟ ପରେ ପଡିଥାନ୍ତା ବର୍ଣ୍ଣମାଳା । ପ୍ରେମ ବିବାହ ପାଇଁ କନ୍ୟା ହେଉଥିଲା ସଜବାଜ । କିନ୍ତୁ ବେକରେ ଲାଗିଲା ପିନ୍ଧା ଲୁଗାର ଫାଶୀ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ହିନ୍ଦୋଳ ରୋଡ଼ ଫାଣ୍ଡି ଅନ୍ତର୍ଗତ ପନେଇଲ କଲୋନୀ ସାହିରେ । ମୃତକ ସେହି ଗ୍ରାମର ସସ୍ମିତା ନାଏକ ବୋଲି ଜଣାପଡିଛି । ନିଜ ଘର ଫ୍ୟାନରେ ବେକରେ ପିନ୍ଧା ଲୁଗା ଲଗାଇ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ହିନ୍ଦୋଳରୋଡ଼ ଫାଣ୍ଡି ପୋଲିସ ।

 

ସେପଟେ ବିବାହ ପାଇଁ ଥିବା ବର ଚମ୍ପଟ ମାରିଛି । ଫେରାର ଥିବା ବର ବା ଯୁବକ ଜଣଙ୍କ ଅନୁଗୋଳ ବନ୍ତଳା ଥାନା ଅନ୍ତର୍ଗତ ପୁକୁଟୁଙ୍ଗା ଗ୍ରାମର ସିଲୁ ବେହେରା । ସିଲୁର ସସ୍ମିତାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ତେବେ ବିବାହ ପାଇଁ ଜିଦ ଧରିବାରୁ ଦିନ ଗଡାଇ ଚାଲିଥିଲା ସିଲୁ । ବୁଝାସୁଝା ପରେ ସିଲୁ, ସସ୍ମିତାର ଘରେ ଆସି ଗତ ଏକ ମାସ ଧରି ରହିଥିଲା । ସୋମବାର ଉଭୟଙ୍କ ପ୍ରେମ ବିବାହ ପାଇଁ ସଜବାଜ ଚାଲିଥିଲା । ମାତ୍ର କିଛି ସମୟ ପୂର୍ବରୁ ସିଲୁ ଚମ୍ପଟ ମରିଥିବାବେଳେ ସେପଟେ କନ୍ୟା ସସ୍ମିତାର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଏପରିସ୍ଥଳେ ସସ୍ମିତା ର ପରିବାର ପକ୍ଷରୁ ତାଙ୍କ ଝିଅକୁ ମାରି ଟାଙ୍ଗିଦେଇ ସିଲୁ ପଳାଇଥିବା ଅଭିଯୋଗ ଉଠାଇଛନ୍ତି । ଫଳରେ ପୁଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.