କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

0

ଯାଜପୁର  : ଯାଜପୁର ରୋଡ ଉପ କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା। ବେକରେ ଗାମୁଛା ଲଗାଇ ବିଚାରାଧୀନ କଏଦୀ କରିଛନ୍ତି ଆତ୍ମହତ୍ୟା। ମୃତକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ହନିଫ ଶେଖ ବୋଲି ଜଣାପଡିଛି।

 

ସେ ଏକ ଚୋରି ମାମଲାରେ ଚଳିତ ମାସ ୧୩ ତାରିଖରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ। ଜେଲ କର୍ତ୍ତୁପକ୍ଷଙ୍କ ଏତଲାକୁ ଆଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କୋରାଇ ପୋଲିସ।

Leave A Reply

Your email address will not be published.