କାର୍ଯ୍ୟରତ ମହିଳା ଗୃହରକ୍ଷୀଙ୍କୁ ଦୁଷ୍କର୍ମ

0

ଦାରିଙ୍ଗବାଡି  : କନ୍ଧମାଳ ଜିଲ୍ଲା ରାଇକିଆ ଥାନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଅଘଟଣା । ରାଇକିଆ ଥାନାରେ ଜଣେ କାର୍ଯ୍ୟରତ ମହିଳା ଗୃହରକ୍ଷୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି। ପିଡିତା ମହିଳା ଜଣଙ୍କ ଜାନୁଆରୀ ୯ ତାରିଖରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ଦିନ ପରେ ଘଟଣାର ତଦନ୍ତ କରି ରାଇକିଆ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ଖଜୁରୀପଡ଼ା ଥାନା ଅଞ୍ଚଳର କୁନା ଦିଗାଳ ବୋଲି ରାଇକିଆ ପୋଲିସ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.