ମୁମ୍ୱାଇ- କରୋନା ଭାଇରସ୍ ମାମଲା ପୁଣି ଥରେ ଦ୍ରୁତ ଗତିରେ ବଢ଼ି ଚାଲିଛି । ଯେଉଁଥିରେ ସବୁଠୁ ଅଧିକା ମାମଲା ମହାରାଷ୍ଟ୍ରରୁ ସାମନାକୁ ଆସିଛି । ନିକଟରେ ରଣବୀର କପୁର , ସଂଜୟ ଲୀଲା ଭଂସାଲୀ , ମନୋଜ ପାଜପେୟୀ , ସିଦ୍ଧାନ୍ତ ଚତୁର୍ବେଦୀ ଓ ସତିଶ୍ କୌଶିକ୍ଙ୍କ ସମେତ ଅନେକ ସେଲେବ୍ରେଟି କରୋନାର କବଳରେ ପଡ଼ିଛନ୍ତି । ଏହା ପରେ ଏବେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି ।
ସୋମବାର ଦିନ କାର୍ତ୍ତିକ ସୋସିଆଲ ମିଡିଆରେ ଏହି ସୂଚନା ଦେଇ ଲେଖିଥିଲେ – ପଜିଟିଭ୍ ହୋଇଛି , ପ୍ରାର୍ଥନା କରନ୍ତୁ ।
ସୂଚନା ଯେ, ଏହି ଅଭିନେତା ନିକଟରେ ନିର୍ଦ୍ଦେଶକ ଅନୀସ୍ ବଜମୀଙ୍କର ଫିଲ୍ମ ଭୁଲ୍ ଭିଲେୟା-୨ ର ସୁଟିଂ କରୁଥିଲେ । ଫିଲ୍ମ ଆଉ କିଛି ଭାଗର ସୁଟିଂ ମନାଲିରେ କରିବା ପରେ ଏବେ ମୁମ୍ୱାଇରେ ସୁଟିଂ ଜାରି ରହିଥିଲା । କାର୍ତ୍ତିକଙ୍କର କରୋନା ପଜିଟିଭ୍ ଆସିବା ଶୁଣି ନିର୍ଦ୍ଦେଶକ ଅନୀସ୍ ବଜମୀ ଚିନ୍ତାରେ ପଡ଼ିଯାଇଛନ୍ତି ।
ସେ ପିଙ୍କଭିଲାକୁ କହିଛନ୍ତି – ସବୁବେଳେ ସାବଧାନତାରେ ଥିବା କାର୍ତ୍ତିକଙ୍କର କରୋନା ପଜିଟିଭ୍ ଆସିବା ଶୁଣି ଆଶ୍ଚର୍ଯ୍ୟ ହେଉଛି । ଆମେ ସେଟ୍ରେ ବହୁତ ସତର୍କତାର ସହକାମ କରୁଥିଲୁ । ପ୍ରତି ୨ ଦିନରେ ଟେଷ୍ଟ କରୁଥିଲୁ । ଏବେ କାର୍ତ୍ତିକ ପୂରା ସୁସ୍ଥ ହେଲା ପରେ ଯାଇ ସୁଟିଂ ଆରମ୍ଭ ହେବ ।