କାଠଯୋଡ଼ି ଘାଟରେ ଏଯାଏ ଜଣଙ୍କ ମିଳିପାରିନାହିଁ ମୃତ ଦେହ

0

ଭୁବନେଶ୍ୱର : ବାରଙ୍ଗ ମୁଣ୍ଡୁମୁହାଣ କାଠଯୋଡ଼ି ଘାଟରେ ଏଯାଏ ଜଣଙ୍କ ମିଳିପାରିନାହିଁ ମୃତ ଦେହ । ନଦୀରେ  ବୁଡି ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ଉଦ୍ଧାର ପାଇଯାଇଥିବାବେଳେ ଅନ୍ୟ ଜଣଙ୍କୁ ପାଣି ଭିତରୁ ଦୁଇଘଣ୍ଟା ପରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ହେଲେ ଗତକାଲି ସାନ୍ଧ୍ୟ ହୋଇଯିବାରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇପାରିନାହିଁ ।

ଖବର ଅନୁଯାୟୀ, ଗତକାଲି ଅପରାହ୍ନରେ ଚାରିଜଣ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଥିବାବେଳେ ଦୁଇଜଣ ପାଣିରେ ବୁଡି  ମୃତ୍ୟୁ ବରଣ କରିଛନ୍ତି । ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ମିଳିପାରିନଥିବାରୁ ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଛି। ପାଣିରେ ବୁଡି ଅଗ୍ନିଶମ ବାହିନୀ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ତେବେ ଅନ୍ୟ ୨ ଜଣଙ୍କୁ ଯୁଗଳ ନାମକ ଏକ ସ୍ଥାନୀୟ ବାଳକ ବଞ୍ଚାଇଥିବାରୁ ତାଙ୍କର ଜୀବନ ବଂଚିଯାଇଛି । ଏମାନେ ସମସ୍ତେ ଏକ ପାଉଁରୁଟି ଫ୍ୟାକ୍ଟ୍ରିରେ କାମ କରନ୍ତି ବୋଲି ଜଣାପଡିଛି ।

Leave A Reply

Your email address will not be published.