ବାରଙ୍ଗ, : ଗତ କାଲି ବାରଙ୍ଗ କାଠଯୋଡି ନଦୀରେ ଭାସି ଯାଇ ନିଖଜ ଥିବା ବ୍ୟକ୍ତିଙ୍କ, ମୃତଦେହ ଆଜି ଉଦ୍ଧାର ହୋଇଛି । ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡୁମୁହାଣ ଗ୍ରାମ ନିକଟସ୍ଥ କାଠଯୋଡି ନଦୀରେ ଗାଧୋଉଥିବା ବେଳେ, ୫ ଜଣ ବ୍ୟକ୍ତି ପାଣିରେ ଭାସି ଯାଇଥିଲେ । ଅପରାହ୍ନରେ ବାରଙ୍ଗ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି, ୩ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ, ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଅନ୍ୟ ଜଣେ ନିଖୋଜ୍ ବ୍ୟକ୍ତି ସେଖ୍ ସାଧୁଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ, ରାତି ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା ।
ଆଜି ସକାଳେ ଉକ୍ତ ନିଖୋଜ ବ୍ୟକ୍ତି( ସେଖ୍ ସାଧୁ )ଙ୍କ ମର ଶରୀର କାଠଯୋଡି ନଦୀର ଉକ୍ତ ସ୍ଥାନରେ ଭାସୁଥିବେ ବେଳେ ସ୍ଥାନୀୟ ଲୋକେ ଦେଖି, ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ । ଉଦ୍ଧାର ହୋଇଥିବା ମୃତଦେହର ବ୍ୟବଛେଦ ପାଇଁ ପୋଲିସ ବଡ ମେଡିକାଲ ପଠାଇ ଦେଇଥିବା ଜଣାପଡ଼ିଛି ।