କେନାଲ ବନ୍ଧ ନିକଟରୁ ମୃତଦେହ ଉଦ୍ଧାର

0

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ହତ୍ୟାକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ଝିଣ୍ଟିକା-ପଲ୍ଲୀ ଗ୍ରାମର କାହ୍ନୁ ପରିଡା । ବାଣପୁର ସ୍ଥିତ ସାଳିଆ-ଭାଲେରୀ କେନାଲ ବନ୍ଧ ନିକଟରେ ପଡିଛି କାହ୍ନୁ ପରିଡାଙ୍କ ମୃତଦେହ । ମୃତ କାହ୍ନୁଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ବାଣପୁର ଥାନା ପକ୍ଷରୁ ଘଟଣାର ଛାନଭିନ୍ ଆରମ୍ଭ ହୋଇଛି ।

 

କୌଣସି ଧାରୁଆ ଅସ୍ତ୍ରରେ ଏକାଧିକ ଲୋକ କାହ୍ନୁ ପରିଡାଙ୍କୁ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି । ହତ୍ୟାକାଣ୍ଡର କାରଣ କ’ଣ ହୋଇପାରେ ? କିଏ ସେହି ହତ୍ୟାକାରୀ ? ହତ୍ୟାକାରୀ ଗଲେ କୁଆଡେ ? ଏପରି ପ୍ରଶ୍ନ ଲୋକମାନେ କରିଛନ୍ତି । ଏପଟେ ମୃତକଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।

 

ଗୁରୁବାର ବିଳମ୍ବିତ ରାତିରେ କାହ୍ନୁ ଏକ ଫୋନ୍ କଲ୍ ପାଇ ଘରୁ ବାହାରି ଆସିଥିଲେ ହେଲେ ଆଉ ଫେରି ନଥିଲେ ବୋଲି ପରିବାର ଲୋକେ କହିଛନ୍ତି । ସାଇଣ୍ଟଫିକ୍ ଟିମ୍ ଆସି ତଦନ୍ତ ପ୍ରକ୍ରିୟା ଜୋରଦାର କରାଯିବ ବୋଲି ଥାନା ନିରୀକ୍ଷକ କହିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପୋଲିସ ହତ୍ୟାକାରୀକୁ ଧରିବାରେ ସଫଳ ହେବ ବୋଲି ବାଲୁଗାଁ SDPO ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.