କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର

0

ନୂଆଦିଲ୍ଲୀ : ୧.୨ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ଆଜି ମହଙ୍ଗା ଭତ୍ତା ବୃଦ୍ଧି ନେଇ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଗତ ଦେଢ ବର୍ଷରୁ ଅଟକି ଥିବା ମହଙ୍ଗା ଭତ୍ତାକୁ ନେଇ ମଞ୍ଜୁରି ମିଳିଛି । ଏବେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବେ ୨୮ ପ୍ରତିଶତ ଦରରେ ମିଳିବ । ଏହା ଏପର୍ଯ୍ୟନ୍ତ ୧୭ ପ୍ରତିଶତ ଦରରେ ମିଳୁଥିଲା । ଅର୍ଥାତ୍ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଏବେ ୧୧ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ମିଳିବ । ତେବେ ଜୁଲାଇର ଡିଏକୁ ନେଇ ସରକାର ଏବେ କୌଣସି ନିଷ୍ପତି ନେଇନାହାଁନ୍ତି । କୁହାଯାଉଛି କି ଜୁଲାଇ ଡିଏ ୩ ପ୍ରତିଶତ ବଢିପାରେ । ଯଦି ଏମିତି ହୁଏ ତେବେ ସମୁଦାୟ ମହଙ୍ଗା ଭତ୍ତା ୧୧ ପ୍ରତିଶତ ହୋଇଯିବ । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ସେପ୍ଟେମ୍ବରରେ ମିଳିବା ଆରମ୍ଭ ହୋଇଯିବ ।

Leave A Reply

Your email address will not be published.