କେନ୍ଦ୍ର କର୍ମଚାରୀଙ୍କ ୨୮ ପ୍ରତିଶତ ବୃଦ୍ଧି ପାଇବ DA, ବଢିବ ଦରମା

0

ନୂଆଦିଲ୍ଲୀ  : କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଭଲ ଖବର। ଶୀଘ୍ର ସମସ୍ତ କର୍ମଚାରୀଙ୍କ ଡିଏ (Dearness Allowance) ବୃଦ୍ଧି ପାଇପାରେ। ସରକାରଙ୍କ ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କ ୫୦ ଲକ୍ଷରୁ ଅଧିକ କର୍ମଚାରୀ ଓ ୬୫ ଲକ୍ଷରୁ ଅଧିକ ପେନସନଧାରୀଙ୍କୁ ଲାଭ ହେବ। ଅଲ୍ ଇଣ୍ଡିଆ କଞ୍ଜୁମର୍ ପ୍ରାଇସ୍ ଇଣ୍ଡେକ୍ସ (All India Consumer Price Index (AICPI) ଡାଟା ଅନୁଯାୟୀ, ୨୦୨୧ ଜାନୁଆରୀରୁ ଜୁନ ମଧ୍ୟରେ ଡିଏରେ ୪ ପ୍ରତିଶତ ବୃଦ୍ଧି ହୋଇପାରେ।

ମନି କଣ୍ଟ୍ରୋଲ ଖବର ଅନୁଯାୟୀ, ଡିଏ ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୧୭ ରୁ ୨୮ ପ୍ରତିଶତ ହୋଇପାରେ। ଏଥିରେ ୨୦୨୦ ଜାନୁଆରୀରୁ ଜୁନ ଯାଏଁ ଡିଏରେ ୩ ପ୍ରତିଶତ, ଜୁଲାଇରୁ ଡିସେମ୍ବର ଯାଏଁ ୪ ପ୍ରତିଶତ, ୨୦୨୧ ଜାନୁଆରୀରୁ ଜୁନ ଯାଏଁ ୪ ପ୍ରତିଶତ ବୃଦ୍ଧି ସାମିଲ ଅଛି।

କରୋନା ମହାମାରୀ ଯୋଗୁଁ ସରକାର ଡିଏ ଉପରେ ରୋକ ଲଗାଇଦେଇଥିଲେ। ଡିଏ ବୃଦ୍ଧି ପାଇଲେ ସେ ଅନୁପାତରେ ଡିଆର ମଧ୍ୟ ବୃଦ୍ଧି ପାଇବ। ମହଙ୍ଗା ଭତ୍ତା ବୃଦ୍ଧି ପାଇଲେ କେନ୍ଦ୍ର ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ଡିଆର Dearness Relief ବୃଦ୍ଧି ହେବ।

ସପ୍ତମ ବେତନ ଆୟୋଗ ଅନୁସାରେ ସରକାର କର୍ମଚାରୀଙ୍କ ଡିଏ ବୃଦ୍ଧି କଲେ କର୍ମଚାରୀଙ୍କ ବେତନ ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନ ଡିଏ ମୂଳ ଦରମାର ୧୭ ପ୍ରତିଶତ ରହିଛି। ବୃଦ୍ଧି ପାଇବା ପରେ ଏହା ୧୭ ରୁ ୨୮ ପ୍ରତିଶତ ହେବ। DA ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପିଏଫ ମଧ୍ୟ ବୃଦ୍ଧି ପାଇବ।

Leave A Reply

Your email address will not be published.