କେନ୍ଦ୍ରୀୟ କର୍ମଚାରୀଙ୍କୁ ହୋଲି ପାଇଁ ମିଳିବ ୧୦ ହଜାର ଟଙ୍କା ଆଡଭାନ୍ସ

0

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ହୋଲିରେ ଏଥର ଖୁସିର ଲହରୀ ଖେଳିବାକୁ ଯାଉଛି । ମୋଦି ସରକାର ନିଜ କର୍ମଚାରୀଙ୍କ ପାଇଁ ସ୍ପେଶାଲ ଫେଷ୍ଟିଭଲ ଆଡଭାନ୍ସ ସ୍କିମ୍ ଆରମ୍ଭ କରିଛନ୍ତି । ୨୯ ମାର୍ଚ୍ଚରେ ହୋଲି ।  କର୍ମଚାରୀଙ୍କ ହୋଲି ଖୁସିରେ ବିତିବ ବୋଲି ସରକାର ସ୍ପେଶାଲ ଆଡଭାନ୍ସ ସ୍କିମ୍ ଅଫର କରିଛନ୍ତି ।

ହୋଲି ପାଇଁ ମିଳିବ ୧୦ ହଜାର ଟଙ୍କା ଆଡଭାନ୍ସ
ଏହି ପଦକ୍ଷେପ ଏଥିପାଇଁ ମଧ୍ୟ ଖାସ୍ କାରଣ ୭ମ ବେତନ ଆୟୋଗରେ ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ସାମିଲ ନଥିଲା । ଯଦିଓ ୬ଷ୍ଠ ବେତନ ଆୟୋଗରେ ଆଡଭାନ୍ସ ସ୍କିମ ଅନୁସାରେ ୪୫୦୦ ଟଙ୍କା ଦିଆଯାଉଥିଲା । କିନ୍ତୁ ଏବେ କେନ୍ଦ୍ର ସରକାରଙ୍କ କର୍ମଚାରୀ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ । ସବୁଠାରୁ ଖାସ୍ କଥା ଏହା ଯେ ଏଥିରେ ସେମାନଙ୍କୁ କୌଣସି ସୁଧ ଦେବାକୁ ପଡିବନି । କର୍ମଚାରୀଙ୍କ ପାଇଁ ଏହି ସ୍କିମ୍ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ରହିଛି ।

ଏହା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ କି ପର୍ବପର୍ବାଣି ପାଇଁ ଦିଆଯାଉଥିବା ଏହି ଆଡଭାନ୍ସ ପ୍ରି ଲୋଡେଡ୍ ହେବ । କେନ୍ଦ୍ରୀୟ କର୍ମଚାରୀଙ୍କ ଏଟିଏମରେ ଏହି ପଇସା ପୂର୍ବରୁ ଉପଲବ୍ଧ ହେବ । କେବଳ ସେମାନଙ୍କୁ ଖର୍ଚ୍ଚ କରିବାକୁ ହେବ । କର୍ମଚାରୀ ୧୦ ହଜାର ଟଙ୍କାର ଏହି ରକମକୁ  ୧୦ କିସ୍ତିରେ ଫେରାଇ ପାରିବେ ।

କର୍ମଚାରୀଙ୍କୁ ପ୍ରିପେଡ୍ ରୁପେ କାର୍ଡରେ ମିଲିବ ୧୦ ହଜାର ଟଙ୍କା
ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଆଡଭାନ୍ସ ପ୍ରିପେଡ୍ ରୂପେ କାର୍ଡ ଜରିଆରେ ଦିଆଯିବ । ଏହା ସହିତ ରାଜ୍ୟ ସରକାରଙ୍କ ପାଖରେ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ନିଜ କର୍ମଚାରୀଙ୍କୁ ଫେଷ୍ଟିଭାଲ୍ ଆଡଭାନ୍ସ ଦେବାର ବିକଳ୍ପ ହେବ । ୬ଷ୍ଠ ବେତନ ଆୟୋଗରେ କର୍ମଚାରୀଙ୍କୁ ୪୫୦୦ ଟଙ୍କାର ଫେଷ୍ଟିଭାଲ୍ ଆଡଭାନ୍ସ ଦେବାର ନିୟମ ଥିଲା । ନନ୍ ଗ୍ୟାଜେଟେଡ୍ ଅଧିକାରୀ ଓ କର୍ମଚାରୀ ଏହି ଆଡଭାନ୍ସର ଫାଇଦା ନେଇପାରୁଥିଲେ ।

କେନ୍ଦ୍ର ସରକାର କରୋନା ମହାମାରୀ ଯୋଗୁଁ କର୍ମଚାରୀ ଓ ପେନସନର୍ସଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ଆଶ୍ୱସ୍ତିର ୩ କିସ୍ତି ୧ ଜାନୁୟାରୀ ୨୦୨୦, ୧ ଜୁଲାଇ ୨୦୨୦ ଓ ୧ ଜାନୁୟାରୀ ୨୦୨୧ରେ ଫ୍ରିଜ୍ କରିଦେଇଥିଲେ । ଏବେ ଏହି କିସ୍ତି ଜୁଲାଇରୁ ମିଳିବା ଆରମ୍ଭ ହୋଇଯିବ ଯାହା କି ନିଶ୍ଚିତ ଭାବେ ଏକ ବହୁତ ବଡ ଆଶ୍ୱସ୍ତି ।

Leave A Reply

Your email address will not be published.