ଖାସ୍ ଅନ୍ଦାଜରେ ଆଲିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲେ ରଣବୀରଙ୍କ ଭଉଣୀ

0

ମୁମ୍ବାଇ  : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଜି ୨୮ତମ ଜନ୍ମଦିନ। ରବିବାର ରାତିରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଘରେ ଆଲିଆଙ୍କ ଜନ୍ମଦିନ ପାର୍ଟି ଥିଲା। ସେଠାରେ ସେ ଜନ୍ମଦିନ ପାଳନ କରିଛନ୍ତି। ଆଲିଆଙ୍କ ସମେତ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର କରଣ ଜୋହରଙ୍କ ଘରେ ଉପସ୍ଥିତ ଥିଲେ। ଆଲିଆଙ୍କ ପାଇଁ କରଣ ଜୋହର ଏକ ଖାସ ପାର୍ଟି ଆୟୋଜନ କରିଥିଲେ।

ଅଭିନେତ୍ରୀ ଦୀପିକା ପାଦୁକୋନ, ଅର୍ଜୁନ କପୁର, ମଲାଇକା ଅରୋରା, ଆଦିତ୍ୟ ରାୟ କପୁରଙ୍କ ସମେତ ଅନେକ ବଡ ବଡ କଳାକାର ଏହି ପାର୍ଟିରେ ସାମିଲ ହୋଇଥିଲେ। ଆଲିଆଙ୍କ ବଏଫ୍ରେଣ୍ଡ ରଣବୀର କପୁର କରୋନା ସଂକ୍ରମିତ ହୋଇଛନ୍ତି। ସେଥିପାଇଁ ସେ ଏହି ପାର୍ଟିରେ ସାମିଲ ହୋଇପାରିନଥିଲେ। ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ସୋସିଆଲ ମିଡ଼ିଆରେ ଆଲିଆଙ୍କ ସହ ଏକ ଫଟୋ ସେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

ରିଦ୍ଧିମା ଆଲିଆ ସହ ବିତାଇଥିବା ସୁନ୍ଦର ମୁହୂର୍ତ୍ତର ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଏହି ଫଟୋରେ ରଣବୀର କପୁରଙ୍କ ମା’ ନିତୁ କପୁର ମଧ୍ୟ ଅଛନ୍ତି। ଆଲିଆଙ୍କ ଭଉଣୀ ଶାହୀନ ଭଟ୍ଟ ମଧ୍ୟ ଏହି ଫଟୋରେ ନଜର ଆସିଛନ୍ତି। ଆଉ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ରଣବୀର ସେଲ୍ଫିଏ ନେଉଥିବା ନଜର ଆସିଛନ୍ତି। ଫଟୋ ସେୟାର କରି ରିଦ୍ଧିମା ଆଲିଆଙ୍କୁ ସୁନ୍ଦର କଣ୍ଢେଇ ବୋଲି କହିଛନ୍ତି। ସେ କହିଛନ୍ତି, “ଆମେ ସମସ୍ତେ ତୁମକୁ ବହୁତ ଭଲପାଉ, ହାପି ବାର୍ଥଡେ।”

Leave A Reply

Your email address will not be published.