ନୂଆଦିଲ୍ଲୀ: ‘ଦି ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ (ଏନ୍ଟିଏ) ଖୁବ୍ ଶୀଘ୍ର ତା’ର ୱେସାଇଟ୍ରେ ‘ଜେଇଇ ମେନ୍ ୨୦୨୧’ ଏପ୍ରିଲ୍ ସେସନ୍ର ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ କରିବ। ୱେସାଇଟ୍ jeemain.nta.nic.in ରେ ଏଥିପାଇଁ ରେଜିଷ୍ଟ୍ରେସନ୍ ଫର୍ମ ରିଲିଜ୍ ହେବ ।
ଏହି ପ୍ରବେଶିକା ପରୀକ୍ଷା ଦୁଇଟି ସିଫ୍ଟ୍ରେ ଏପ୍ରିଲ୍ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସିଫ୍ଟ୍ ସକାଳ ୯ଟାରୁ ଦିନ ୧୨ଟା ଏବଂ ଦ୍ୱିତୀୟ ସିଫ୍ଟ୍ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଅନ୍ଲାଇନ୍ରେ ପୈଠ ହେବାକୁ ଥିବା ରେଜିଷ୍ଟ୍ରେସନ୍ ଫି’ ବାବଦକୁ ୬୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ତୃତୀୟ ଥର ପାଇଁ ‘ଜେଇଇ ମେନ୍ ୨୦୨୧’ ଦେବାକୁ ଆଗ୍ରହୀ ପ୍ରାର୍ଥୀମାନେ ମଧ୍ୟ ୱେବ୍ସାଇଟ୍ରେ ରେଜିଷ୍ଟ୍ରେସନ୍ ଫର୍ମ ପୂରଣ କରିପାରିବେ। ‘ବିଟେକ୍’ ଏବଂ ‘ବିଇ’ ଭଳି ଇଞ୍ଜିନିୟରିଙ୍ଗ୍ ପାଠ୍ୟକ୍ରମ ନିମନ୍ତେ ଏପ୍ରିଲ୍ ମାସରେ ’ଜେଇଇ ମେନ୍ ୨୦୨୧’ ପରୀକ୍ଷା କରାଯିବ।
ପ୍ରତ୍ୟେକ ପ୍ରାର୍ଥୀ ପରୀକ୍ଷା ଦେବାକୁ ସୁଯୋଗ ପାଇବା ଲାଗି ସମର୍ଥ ହେବା ନିମନ୍ତେ ଏବର୍ଷ ‘ଜେଇଇ ମେନ୍ ୨୦୦୨୧’ ପ୍ରବେଶିକା ପରୀକ୍ଷା ୪ଥର କରାଯାଉଛି। ‘ଜେଇଇ ମେନ୍ ୨୦୨୧’ର ଫେବ୍ରୁଆରି ଓ ମାର୍ଚ ସେସନ୍ ନିମନ୍ତେ ‘ଏନ୍ଟିଏ’ ପ୍ରବେଶିକା ପରୀକ୍ଷା କରାଇ ସାରିଛି। ଖୁବ୍ ଶୀଘ୍ର ଉକ୍ତ ପ୍ରବେଶିକ ପରୀକ୍ଷାର ଫଳ ପ୍ରକାଶ ପାଇବ।