ଖୁମ୍ବରେ ପତାକା ବାନ୍ଧୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗ୍ରାମରକ୍ଷୀ ମୃତ,

0

ଖୋର୍ଦ୍ଧା : ସାରାଦେଶ ୭୫ତମ ସ୍ବାଧୀନତା ଦିବସ ପାଳୁଛି। ଚାରିଆଡେ ଉତ୍ସାହର ମାହୋଲ ରହିଛି। ତେବେ ଏହି ସମୟରେ ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଜାତୀୟ ପତାକା ବାନ୍ଧୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗ୍ରାମରକ୍ଷୀ ଧନେଶ୍ୱର ଦାସ ମୃତ ଘଟିଥିବା ବେଳେ କନେଷ୍ଟବଳ ବୀରକିଶୋର ଭୋଳ ଗୁରୁତର ହୋଇଛନ୍ତି। କନେଷ୍ଟବଳଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଚିକିତ୍ସା ଚାଲିଛି।

 

ସୂଚନା ମୁତାବିକ, ସ୍ବାଧୀନତା ଦିବସ ପ୍ରସ୍ତୁତି ପାଇଁ ରବିବାର ସକାଳ ସାଢ଼େ ୭ଟାରେ ସିକେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଖୁମ୍ବ ପତାକା ବାନ୍ଧିବାକୁ ଯାଉଥିଲେ। ବାନ୍ଧୁଥିବା ବେଳେ ଗ୍ରାମରକ୍ଷୀ ଧନେଶ୍ବର ଦାସ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ବେଳେ କନେଷ୍ଟବଳ ବୀରକିଶୋର ଭୋଳ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲକୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଗ୍ରାମରକ୍ଷୀଙ୍କୁ ମୃତ ଘୋଷଣା କରିଥିଲେ। କନେଷ୍ଟବଳଙ୍କୁ ଗୁରୁତର ଭାବେ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ତାଙ୍କ ଚିକିତ୍ସା ଜାରି ରହିଛି।

Leave A Reply

Your email address will not be published.