ଖୁସିଠାରୁ ବହୁ ଦୂରରେ ଭାରତୀୟ

0

ନୂଆଦିଲ୍ଲୀ: ଗତ ବର୍ଷ କରୋନା ଭାଇରସ୍ ସାରା ବିଶ୍ବରେ ଖୁବ୍ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ଏପରିକି ଏବେ ବି କରୋନା ଭାଇରସର ବିପଦ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନି।  ବହୁ ବଡ ବହ ଦେଶ ଏହି ସମୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିଥିଲା। ବେରୋଜଗାରୀ ଓ ରୋଗ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ଏସବୁ ପରେ ବି ବହୁ ଦେଶର ଲୋକ ନିଜର ସାହାସ ହରାଇ ନଥିଲେ। ୟୁରୋପୀୟ ଦେଶ ଫିନାଲାଣ୍ଡ ହେଉଛି ତା ଭିତରୁ ଅନ୍ୟତମ। ଜାତିସଂଗ ଓ୍ବାର୍ଲ୍ଡ ହାପିନେସ୍ ରିପୋର୍ଟରେ ଫିନଲାଣ୍ଡ ଲଗାତାର ୪ର୍ଥ ଥର ବିଶ୍ବର ସବୁଠାରୁ ଅଧିକ ସୁଖୀ ଦେଶ। ଆମେରିକା ୨୦, ରୁଷ ୭୭ ଓ ଚୀନ୍ ଭଳି ବିକଶିତ ଦେଶ ୮୫ ତମ ସ୍ଥାନରେ ରହିଛନ୍ତି। ଭାରତର ଲୋକ କିନ୍ତୁ ଖୁସିଠାରୁ ବହୁତ ଦୂରରେ।

ଓ୍ବାର୍ଲ୍ଡ ହାପିନେସ୍ ରିପୋର୍ଟରେ ଡେନମାର୍କ ଦ୍ବିତୀୟ ନମ୍ବରରେ ରହିଛି। ଏହାପରେ ସ୍ବିଜରଲାଣ୍ଡ ଓ ଆଇସଲାଣ୍ଡ ରହିଛି। ନେଦରଲାଣ୍ଡକୁ ପଞ୍ଚମ ସ୍ଥାନ ମିଳିଛି। ଟପ୍-୧୦ ଦେଶରେ ନ୍ୟୁଜିଲାଣ୍ହ ଏକମାତ୍ର ଅଣ-ୟୁରୋପୀୟ ଦେଶ ଯାହାକୁ ଏହି ରିପୋର୍ଟରେ ସ୍ଥାନ ମିଳିଛି। ଏହାଛଡା ବ୍ରିଟେନ ୧୩ ତମ ସ୍ଥାନରୁ ହ୍ରାସ ପାଇ ୧୭ ନମ୍ବରରେ ପହଁଞ୍ଚିଛି। ଏହି ରିପୋର୍ଟରେ ଭାରତ ୧୩୯ ନମ୍ବରରେ ରହିଛି। ଗତ ବର୍ଷ ଭାରତକୁ ୧୫୬ ଦେଶର ଲିଷ୍ଟରେ ୧୪୪ ତମ ସ୍ଥାନ ମିଳିଥିଲା। ରିପୋର୍ଟ ଅନୁସାରେ, ବରୁଣ୍ଡି, ୟେମେନ୍, ତାଞ୍ଜାନିୟା, ହେତି, ମାଲାଭି, ଲେସୋଥୋ, ବୋତ୍ସଓ୍ବନା, ରାଓ୍ବଣ୍ଡା, ଜିମ୍ବାଓ୍ବେ ଓ ଅଫଗାନିସ୍ତାନ ଆଦି ଦେଶର ଲୋକ ଭାରତଠାରୁ କମ୍ ଖୁସିରେ ରୁହନ୍ତି। ସେଭଳି ଭାବରେ ପଡୋଶୀ ଦେଶ ଚୀନ୍ ଗତ ବର୍ଷ ଏହି ସୂଚୀରେ ୯୪ ତମ ସ୍ଥାନରେ ଥିଲା, ଯାହାକି ଏବେ ୧୯ ତମ ସ୍ଥାନରେ ଆସିଯାଇଛି। ନେପାଳ ୮୭, ବାଂଲାଦେଶ ୧୦୧, ପାକିସ୍ତାନ ୧୦୫, ମିଆଁମାର ୧୨୬ ଓ ଶ୍ରୀଲଙ୍କା ୧୨୯ ତମ ସ୍ଥାନରେ ରହିଛି।

ଓ୍ବାର୍ଲ୍ଡ ହାପିନେସ୍ ରିପୋର୍ଟ ପାଇଁ ଗେଲପ୍ ଡାଟାର ବ୍ୟବହାର କରାଯାଇଛି। ଗେଲ ୧୪୯ ଦେଶରେ ଲୋକଙ୍କୁ ନିଜର ହାପିନେସ୍ ରେଟ୍ କରିବାକୁ କହିଥିଲା। ଏହାଛଡା ଏହି ଡାଟାରେ ଜିଡିପି, ସୋସିଆଲ ସର୍ପୋଟ, ସ୍ବାଧୀନତା ଓ ଭ୍ରଷ୍ଟାଚାର ସ୍ତରକୁ ମଧ୍ୟ ଦେଖାଯାଇଥିଲା ଓ ପରେ ସବୁ ଦେଶର ହାପିନେସ୍ ସ୍କୋର ଦିଆଗଲା। ଏହି ସର୍ଭେରେ ସାମିଲ ଏକ ତୃତୀୟାଂଶରୁ ଅଧିକ ଦେଶରେ କରୋନା ମହାମାରୀ କାରଣରୁ ନକାରତ୍ମକ ଭାବନା ବଢିଛି।

Leave A Reply

Your email address will not be published.